କରୋନା ନେଲା ବିଧାୟକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

କରୋନା ନେଲା ବିଧାୟକଙ୍କ ଜୀବନ

ଚେନ୍ନାଇ: ତାମିଲନାଡୁର ଡିଏମକେ ବିଧାୟକ ଜେ ଅନବାଝଗନଙ୍କର କରୋନାଭାଇରସ୍ ଯୋଗୁ ମୃତ୍ୟୁ ହୋଇଛି। ବୁଧବାର ସକାଳେ ଚେନ୍ନାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଥିସହ ତାମିଲନାଡୁରେ କୌଣସି ବଡ଼ ରାଜନେତା କରୋନା ଯୋଗୁ ପ୍ରାଣତ୍ୟାଗ କରିଛନ୍ତି।

ଜୁନ୍ ୨ ତାରିଖରେ ୬୧ ବର୍ଷୀୟ ବିଧାୟକ ଅନବାଝଗନଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ସସମ୍ୟା ହୋଇଥିଲା, ଯେଉଁ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେହି ସମୟରେ ତାଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିଲା। ପରେ ତାଙ୍କର ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା।

ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଜୁନ୍ ୩ ତାରିଖରେ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ଚିକିତ୍ସାଧୀନ ହେଉଥିବା ଡ. ରେଲା ଇନଷ୍ଟିଚ୍ୟୁଟ୍ ଆଣ୍ଡ ମେଡିକାଲ୍ ସେଣ୍ଟର ପକ୍ଷରୁ କୁହାଯାଇଛି, କୋଭିଡ୍-୧୯ ଯୋଗୁ ତାଙ୍କୁ ନ୍ୟୁମୋନିଆ ହୋଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ଥିଲା ଏବଂ ଆଜି ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥିଲା। ଭେଣ୍ଟିଲେଟରର ରଖିବା ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରିଲୁ ନାହିଁ ବୋଲି କୁହାଯାଇଛି।

ତା’ ଛଡ଼ା ଅନବାଝଗନଙ୍କର ପୂର୍ବରୁ କିଡନୀଜନିତ ଗୁରୁତର ସମସ୍ୟା ମଧ୍ୟ ଥିଲା। ତାଙ୍କ ପରଲୋକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପଲାନୀସ୍ୱାମୀ ଓ ଡିଏମକେ ମୁଖ୍ୟ ଏକମେ ଷ୍ଟାଲିନ୍ ଶୋକବ୍ୟକ୍ତ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ତିନିଥରର ବିଧାୟକ ଅନବାଝଗନ ୨୦୦୧, ୨୦୧୧ ଓ ୨୦୧୬ରେ ନିର୍ବାଚନ ଜିତିଥିଲେ। ସେ ୨୦୦୧ରେ ସେ ଚେନ୍ନାଇର ଟି. ନଗର ଆସନରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ୨୦୦୬ରେ ଏହି ଆସନରୁ ହାରିବା ପରେ ସେ ୨୦୧୧ରେ ଚେପକରୁ ଲଢ଼ିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ।



from Odisha Reporter https://ift.tt/3cPi7SK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages