ଦିନକରେ ରେକର୍ଡ ୧୨,୮୮୧ ପଜିଟିଭ, ୧୨ ହଜାର ଡେଇଁଲା ମୃତ୍ୟୁସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 17, 2020

ଦିନକରେ ରେକର୍ଡ ୧୨,୮୮୧ ପଜିଟିଭ, ୧୨ ହଜାର ଡେଇଁଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବେକାବୁ ହେବାରେ ଲାଗିଛି କରୋନା। ବିଶ୍ୱର କରୋନା କ୍ଷତିଗ୍ରସ୍ତ ଦେଶଗୁଡ଼ିକର ତାଲିକାର ୪ର୍ଥ ସ୍ଥାନରେ ଥିବା ଭାରତରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ ଭାରତରେ ରେକର୍ଡ ୧୨,୮୮୧ ପଜିଟିଭ କେସ ସାମ୍ନାକୁ ଆସିଛି। ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୬୬,୯୪୬କୁ ବୃଦ୍ଧି ପାଇଛି।

ସେହିପରି ଗତ ୨୪ ଘଣ୍ଟାରେ କରୋନା ୩୩୪ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨ ହଜାର ପାର କରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୨,୨୩୭ ଜଣ କରୋନା ଯୋଗୁ ପ୍ରାଣ ହରାଇ ସାରିଲେଣି। ତେବେ କରୋନା ସଂକ୍ରମଣ ଯେଉଁ ହାରରେ ବଢ଼ୁଛି, ସେହି ଅନୁପାତରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଆଜି ସୁଦ୍ଧା ମୋଟ ୧,୯୪,୩୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୧,୬୦,୩୮୪ ଜଣ ଚିକିତ୍ସିତ ହେଉଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ପୂର୍ବଭଳି ମହାରାଷ୍ଟ୍ର ସ୍ଥିତି ଜଟିଳ ରହିଛି। ଏଠାରେ ମୋଟ ୧,୧୬,୭୫୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫୬୫୧ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୫୯,୧୬୬ ଜଣ ସୁସ୍ଥ ହୋଇଛନ୍ତି।

କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ତାମିଲନାଡୁରେ ଆକ୍ରାନ୍ତଙ୍କ ସହଖ୍ୟା ୫୦ ହଜାର ଟପିଛି। ତାମିଲନାଡୁରେ ମୋଟ ୫୦,୧୯୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୭୬ ଜଣଙ୍କ ମୃତ୍ୟୁ ଘଟିଛି। ୨୭,୬୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦିଲ୍ଲୀ ସ୍ଥିତି ମଧ୍ୟ ସଂଗୀନ ରହିଛି। ୨୪ ଘଣ୍ଟାରେ ପୁଣି ରେକର୍ଡ ୨୪ଶହରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଠାରେ ଆକ୍ରାନ୍ତ ହୋଇଥିବା ୪୭,୧୦୨ ଜଣଙ୍କ ମଧ୍ୟରୁ ୧୯୦୪ ଜଣଙ୍କ ମୃତ୍ୟୁ ଘଟିଛି। ୧୭୪୫୭ ଜଣ ସୁସ୍ଥ ହୋଇଥିବା ବେଳେ ୨୭,୭୪୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୯୦,ଆସାମରେ ୮, ବିହାରରେ ୪୪, ଚଣ୍ଡିଗଡ଼ରେ ୬, ଛତିଶଗଡ଼ରେ ୧୦, ଗୁଜରାଟରେ ୧୫୬୦, ହରିଆଣାରେ ୧୩୦, ହିମାଚଳ ପ୍ରଦେଶରେ ୮, ଜମ୍ମୁ-କଶ୍ମୀରରେ ୬୫, ଝାରଖଣ୍ଡରେ ୧୦, କର୍ଣ୍ଣାଟକାରେ ୧୦୨, କେରଳରେ ୨୦, ଲଦାଖରେ ୧, ମଧ୍ୟପ୍ରଦେଶରେ ୪୮୨, ମେଘାଳୟରେ ୧, ଓଡ଼ିଶାରେ ୧୧, ପୁଡୁଚେରୀରେ ୭, ପଞ୍ଜାବରେ ୭୮, ରାଜସ୍ଥାନରେ ୩୧୩, ତେଲେଙ୍ଗାନାରେ ୧୯୧, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୨୬, ଉତ୍ତର ପ୍ରଦେଶରେ ୪୩୫ ଓ ପଶ୍ଚିମବଙ୍ଗରେ ୫୦୬ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/2YGJg5g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages