ଖରାପ ହୋଇଗଲା ବିଦ୍ୟୁତ ଚାଳିତ ଚୁଲା, ୨୯ ଘଣ୍ଟା ପଡ଼ିରହିଲା ଅର୍ଦ୍ଧଦଗ୍ଧ ଶବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 17, 2020

ଖରାପ ହୋଇଗଲା ବିଦ୍ୟୁତ ଚାଳିତ ଚୁଲା, ୨୯ ଘଣ୍ଟା ପଡ଼ିରହିଲା ଅର୍ଦ୍ଧଦଗ୍ଧ ଶବ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ କରୋନା ଆକ୍ରାନ୍ତ ମୃତଦେହକୁ ପ୍ରଶାସନ କେମିତି ସମ୍ମାନ ଜଣାଉଛି, ତା’ର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ବିଦ୍ୟୁତ ଚାଳିତ ଚୁଲାରେ କରାଯାଉଥିଲା। ହେଲେ ଏହା ବୈଷୟିକତ୍ରୁଟି କାରଣରୁ ଅଧାରୁ ବନ୍ଦ ହୋଇଯାଇଥିଲା।

କିନ୍ତୁ ପ୍ରଶାସନ ବିକଳ୍ପ ବ୍ୟବସ୍ଥା କରିବା ପରିବର୍ତ୍ତେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହକୁ ଛାଡ଼ି ଦେଇଥିଲା। ସେହି ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହଟି ପ୍ରାୟ ୨୯ ଘଣ୍ଟା ପଡ଼ି ରହିଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

କରୋନା ଯୋଗୁ ଗାଜିଆବାଦର ଜଣେ ୫୮ ବର୍ଷୀୟ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପୂରା କରୋନା ପ୍ରୋଟକଲ ଅନୁଯାୟୀ, ଅନ୍ତିମ ସଂସ୍କାର ପାଇଁ ତାଙ୍କ ପାର୍ଥୀବ ଶରୀରକୁ ହିନ୍ଦୋନ ସ୍ଥିତ ଶଶ୍ମାନ ଘାଟକୁ ନିଆଯାଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ବିଦ୍ୟୁତ ଚାଳିତ ଚୁଲାରେ ତାଙ୍କର ଶବଦାହ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଦିନ ୧୧ଟାରେ ଶବଦାହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ଅଧାରୁ ମେସିନ ଖରାପ ହୋଇଯାଇଥିଲା। ଫଳରେ ଶବଟି ସେଭଳି ଅର୍ଦ୍ଧଦଗ୍ଧ ଅବସ୍ଥାରେ ୨୯ ଘଣ୍ଟା ଧରି ପଡ଼ି ରହିଥିଲା।

ଏହାପରେ ପୁଣି ଏହାକୁ ଦାହ କରାଯାଇଥିଲା। ପରିବାର ଲୋକ କହିଛନ୍ତି, ପ୍ରଶାସନ କରୋନା ଆକ୍ରାନ୍ତଙ୍କୁ କେମିତି ସମ୍ମାନ ଦିଏ, ସେକଥା ସ୍ପଷ୍ଟ ହୋଇଯାଇଛି। ଆମେ ୨୯ ଘଣ୍ଟା କାଳ ସେହିଠାରେ ହିଁ ବସି ରହିଥିଲୁ। ଏହାପରେ ମେସିନକୁ ମରାମତି କରି ଶବଦାହ କରାଯାଇଥିଲା।

ଅନ୍ୟପକ୍ଷରେ ପରମ୍ପରା ଅନୁଯାୟୀ, ଶବଦାହ କାର୍ଯ୍ୟ ଶେଷ ନ ହେବା ଯାଏ ମୃତକଙ୍କ ସମ୍ପର୍କୀୟ ଓ ପରିବାର ଲୋକ ଖାଦ୍ୟ ଗ୍ରହଣ କରିପାରିବେ ନାହିଁ। ତେଣୁ ଶବଟି ୨୯ ଘଣ୍ଟା ଧରି ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡ଼ି ରହିଥିବାରୁ ତାଙ୍କ ସମ୍ପର୍କୀୟମାନେ ଦୀର୍ଘ ୨୯ ଘଣ୍ଟାକାଳ ଉପାସରେ ରହିଥିଲେ।



from Odisha Reporter https://ift.tt/2YcMP46

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages