ଚଣ୍ଡିଗଡ଼: ଏକ ଘରୋଇ ବିବାଦର ସମାଧାନ କରିବାକୁ ଯାଇ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ହାଇକୋର୍ଟରେ ସ୍ୱାମୀ ଜଣଙ୍କ ସ୍ତ୍ରୀ ସହିତ ବିବାଦର କାରଣ କହିବାକୁ ଯାଇ ଫୋନ୍ କଲ୍ ରେକର୍ଡ ଶୁଣାଇଥିଲେ। ଏହାକୁ ନେଇ କୋର୍ଟ କହିଛନ୍ତି, ଫୋନ୍ କଲ୍ ରେକର୍ଡ ବାବଦରେ ତାଙ୍କ ସ୍ତ୍ରୀ ଅବଗତ ନଥିଲେ। ଏଥିସହ ବିନା ଅନୁମତିରେ କାହାର କଲ୍ ରେକର୍ଡ କରିବା ଅପରାଧ। ଏହାଦ୍ୱାରା ଅନ୍ୟର ବ୍ୟକ୍ତିଗତ ଗୋପନୀୟତା ନଷ୍ଟ ହେଉଛି ବୋଲି ବିଚାରପତି ଜଷ୍ଟିସ୍ ଅରୁଣ ମୋଁଗା କହିଛନ୍ତି। ବିବାଦ ପୂର୍ବରୁ ଜଣେ ଅନ୍ୟ ଜଣକୁ ଉସକେଇବା ପାଇଁ ସେମିତି କିଛି ପରିସ୍ଥିତି ଉପୁଜାଇପାରେ। ଯାହାର ପ୍ରତିଫଳନ ପରବର୍ତ୍ତୀ ସମୟରେ ଦେଖାଯିବା ସ୍ୱାଭାବିକ। ଆଉ ବିନା ଅନୁମତିରେ ସେହି ସମୟର ସ୍ଥିତିକୁ ରେକର୍ଡିଂ କରିବା ଜଣଙ୍କ ଗୋପନୀୟତାର ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ବିଚାରପତି କହିଛନ୍ତି।
ସୂଚନାଯୋଗ୍ୟ, ୪ ବର୍ଷର ଝିଅକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ମାମଲା ତୀବ୍ର ହେବା ପରେ ହାଇକୋର୍ଟରେ ପହଞ୍ଚିଛି। ୪ ବର୍ଷର ଝିଅକୁ ସ୍ୱାମୀ ଜଣଙ୍କ ତାଙ୍କ ପାଖରେ ରଖିଛନ୍ତି। ମହିଳା ଜଣଙ୍କ ଅନ୍ୟତ୍ର ରହୁଛନ୍ତି। ଝିଅକୁ ଏତେ ଛୋଟ ବୟସରେ ଛାଡ଼ି ରହିବା ଠିକ୍ ହେବନି ବୋଲି ମହିଳା ଜଣଙ୍କ କୋର୍ଟରେ କହିଛନ୍ତି। ହେଲେ ତାଙ୍କ ସ୍ୱାମୀ ସ୍ତ୍ରୀର ଭୁଲ୍ ଦର୍ଶାଇ ଝିଅକୁ ତାଙ୍କ ପାଖରେ ରଖିଥିବା ସେ କହିଛନ୍ତି। ଏହି ସମୟରେ ସ୍ତ୍ରୀ ଭୁଲ୍ ଦର୍ଶାଇବାକୁ ଯାଇ ସ୍ୱାମୀ ଜଣଙ୍କ ଫୋନ୍ କଲ୍ ରେକର୍ଡର ପ୍ରମାଣ ଦେଇଥିଲେ।
from Odisha Reporter https://ift.tt/2zNFuyN
No comments:
Post a Comment