ଜୟପୁର: ନାବାଳିକା ସହିତ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଥିବାବେଳେ ଜଣେ ଗର୍ଭବତୀ ମହିଳା ତାଙ୍କ ସ୍ୱାମୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ମୃତ ଶରୀରକୁ ଘର ପଛରେ ଥିବା ମାଟି ତଳେ ପୋତି ଦେଇଥିଲେ ମହିଳା ଜଣଙ୍କ। ଏହାପରେ ନିଜେ ଥାନାକୁ ଯାଇ ହତ୍ୟା କରିଥିବା ନେଇ କହିଥିଲେ ମହିଳା ଜଣଙ୍କ। ରାଜସ୍ଥାନ ସିକର ଜିଲ୍ଲାର ଏକ ଗାଁରେ ଏହି ଘଟଣା ଘଟିଛି। ତେବେ ପୁଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।
ସୂଚନା ଅନୁଯାୟୀ, ସୋମବାର ବିଳମ୍ୱିତ ରାତିରେ ମହିଳାଙ୍କ ସ୍ୱାମୀ ନାବାଳିକା ସହିତ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଥିଲେ। ହେଲେ ନାବାଳିକା ଜଣଙ୍କ ଏହାକୁ ବିରୋଧ କରି ଚିତ୍କାର କରିଥିଲା। ଏହାପରେ ପାଟି ଶୁଣି ମହିଳା ଜଣଙ୍କ ଉଠି ପଡ଼ିଥିଲେ। ଏହାପରେ ସ୍ଥିତି ଦେଖିବା ପରେ ଉତ୍ୟକ୍ତ ହୋଇ ନିଜ ସ୍ୱାମୀକୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି। ନିବାଳିକା ଜଣଙ୍କ ମହିଳାଙ୍କ ସାନ ଉଉଣୀ। ମୃତ ଦୁଷ୍କର୍ମ ଅଭିଯୁକ୍ତର ଶାଳୀ।
ସିକାର ପୁଲିସ ଅଧିକାରୀ ଗଗନଦୀପ ସିଂହ ସଙ୍ଗଲ କହିଛନ୍ତି, ଜାଗିର ଗାଁର ମହିଳା ସରୋଜ ବଲାଇ (୨୭) ମଙ୍ଗଳବାର ନିଜ ସ୍ୱାମୀ ମହାବୀର ବଲାଇ (୩୦)କୁ କୁରାଢ଼ୀରେ ହାଣି ହତ୍ୟା କରିଛନ୍ତି। ହତ୍ୟା କରିବାପରେ ସେ ତାଙ୍କ ସ୍ୱାମୀଙ୍କୁ ଘର ପଛରେ ଥିବା ଜମିରେ ପୋତି ଦେଇଥିଲେ। ହତ୍ୟା କରିବା ପରେ ମହିଳା ଜଣଙ୍କ ନିଜେ ଥାନାକୁ ଆସି ଏ ନେଇ ସୂଚନା ଦେଇଥିଲେ।
from Odisha Reporter https://ift.tt/2MpRw44
No comments:
Post a Comment