ଭଦ୍ରକ (ପାର୍ଥସାରଥୀ ନାୟକ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଆଜି ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ କରାଯାଉଛି। ଏହି ଅବସରରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପେଖରୀ ବ୍ଲକ ନଗୁଆଁ କ୍ଵାରେଣ୍ଟାଇନ୍ ସେଣ୍ଟରରେ ଥିବା ଅନ୍ତେବାସୀମାନେ ଯୋଗା କରିଛନ୍ତି।
ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ୨୩ ଜଣ ଅନ୍ତେବାସୀ ଅଛନ୍ତି। ଏମାନଙ୍କୁ ଦୁଇ ଜଣ ଯୋଗ ଗୁରୁ ଆସି ଯୋଗ ଶିଖାଇବା ସହ ଯୋଗର ଉପକାରିତା ବିଷୟରେ ଜଣାଇଥିଲେ।
ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଥାଏ। ୨୦୧୫ ମସିହାରେ ପ୍ରଥମ ଥର ଲାଗି ଯୋଗ ଦିବସ ପାଳନ କରାଯାଇଥିଲା।
from Odisha Reporter https://ift.tt/37Pxppu
No comments:
Post a Comment