ଧରାଇ ଦେଲା ସିସିଟିଭି, ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ୩ ଘଣ୍ଟା ରଖିବା ପରେ ପୁଲିସ୍‌ ଜିମା ଦେଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 20, 2020

ଧରାଇ ଦେଲା ସିସିଟିଭି, ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ୩ ଘଣ୍ଟା ରଖିବା ପରେ ପୁଲିସ୍‌ ଜିମା ଦେଲେ ଲୋକେ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଏକ ବିଦ୍ୟୁତ୍‌ ଖୁଣ୍ଟରେ ତିନି ଘଣ୍ଟା ବାନ୍ଧି ରଖିବା ପରେ ପୁଲିସ୍‌ର ଜିମା ଦେଲେ ଲୋକେ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଲାଟି ଗାଁରେ। ଅଭିଯୁକ୍ତଙ୍କ ନାଁ ବିଜୟ ସରକାର। ତାଙ୍କ ଘର ସିଲାଟି ଗାଁରେ।

ସୂଚନା ଅନୁସାରେ, ତିନି ମାସ ହେବ ବିଜୟ ଉମରକୋଟ ବ୍ଲକର ବେନରା, ହୀରାପୁର ଓ ଜାମରୁଣ୍ଡା ପଞ୍ଚାୟତର ବିଭିନ୍ନ ଦୋକାନରେ ରାତିରେ ଚୋରି କରୁଥିବା ଅଭିଯୋଗ ହେଉଥିଲା। ହେଲେ ୪ ଦିନ ତଳେ  ବିଜୟ ସିଲାଟି ଗାଁରେ ଥିବା ଏକ ମେଡିକାଲ ଷ୍ଟୋରରେ ଚୋରି କରିଥିଲେ। ଆଉ ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏହି ଭିଡିଓକୁ ଆଧାର କରି ଗାଁ ଲୋକେ ଗତକାଲି ବିଜୟକୁ ଧରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିବା ସହ ତାଙ୍କ ଘରେ ଥିବା ଚୋରି ଜିନିଷ ବାହାର କରି ପୁଲିସ୍‌କୁ ଖବର ଦେଇଥିଲେ। ତେବେ ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖବର ପାଇ ଉମରକୋଟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବିଜୟଙ୍କୁ ଉଦ୍ଧାର କରିବା ସହ ଚୋରି ଜିନିଷ ଜବତ କରିଛି। ଏଥିସହ ବିଜୟଙ୍କୁ ପୁଲିସ୍‌କୁ ଗିରଫ କରିଛି।  ଜବତ ହୋଇଥିବା ଜିନିଷର ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆଇଆଇସି ଉମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2YhEeNI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages