ନୂଆଦିଲ୍ଲୀ: ଲଦାଖ ସୀମାରେ ଚାଇନା ସହ ଲଢ଼େଇ କରି ସହିଦ ହୋଇଥିବା ୨୦ ବୀର ଭାରତୀୟ ଯବାନଙ୍କ ବଳିଦାନକୁ ଆମେରିକା ସଲାମ କରିଛି। ଆମେରୀକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ କହିଛନ୍ତି, “ଚାଇନା ସହ ଲଢ଼େଇ କରି ବଳିଦାନ ଦେଇଥିବା ବୀର ଭାରତୀୟଙ୍କୁ ଆମେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ।
ଯବାନଙ୍କ ପରିବାର, ପ୍ରିୟଜନ ଓ ପୂରା ଦେଶବାସୀଙ୍କ ସହ ଆମେ ଏହି ଘଡ଼ିଷନ୍ଧି ମୁହୂର୍ତ୍ତରେ ରହିଛୁ।” ଏହାପୂର୍ବରୁ ମଧ୍ୟ ହ୍ୱାଇଟ ହାଉସ ପକ୍ଷରୁ ଭାରତକୁ ସମର୍ଥନ ଘୋଷଣା କରାଯାଇଥିଲା। ଏଥିସହ ସୀମାରେ ଚାଲିଥିବା ତିକ୍ତତା ଉପରେ ଆମେରିକା ନଜର ରଖିଛି ବୋଲି ମଧ୍ୟ କୁହାଯାଇଛି।
from Odisha Reporter https://ift.tt/2UVGZ4Y
No comments:
Post a Comment