ପୂର୍ବ ଶତ୍ରୁତାରୁ ରକ୍ତାକ୍ତ ସଂଘର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 18, 2020

ପୂର୍ବ ଶତ୍ରୁତାରୁ ରକ୍ତାକ୍ତ ସଂଘର୍ଷ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଲାଡ଼ି ଗ୍ରାମରେ ଗତକାଲି ରାତିରେ ୨ ପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି l ପୂର୍ଵ ଶତ୍ରୁତା ଓ ମଦ ବେପାରକୁ ନେଇ ଗଣ୍ଡଗୋଳ ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ସୂଚନା ମିଳିଛି l

ଅଲାଡ଼ି ଗ୍ରାମର ପୂର୍ଵତନ ସରପଞ୍ଚ ଦିଗାମ୍ବର ସାସମଲ (ପିଣ୍ଟୁ )ଓ  ବସନ୍ତ ଗୌଡ଼ ବାଇକ୍‌ ଯୋଗେ ଗତକାଲି ରାତିରେ ଭୁବନେଶ୍ୱରରୁ ନିଜ ଗ୍ରାମକୁ ଫେରୁଥିଲେ। ହେଲେ ଗ୍ରାମର କୁକୁଡ଼ା ଫାର୍ମ ନିକଟରେ ପୂର୍ଵ ଯୋଜନା ମୁତାବକ ସୁଧୀର ପୋଲାଇ, ଭଞ୍ଜ ଡାକୁଆ ଜଗି ରହିଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ପରେ ତାହା ଉଗ୍ର ରୂପ ଧାରଣ କରି ମାରପିଟ ହୋଇଥିଲା।

ଏହି ସଂଘର୍ଷରେ ପିଣ୍ଟୁ ଓ ବସନ୍ତ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର  ଦୁହିଁଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ସୁଧୀର ଓ ଭଞ୍ଜ ସ୍ଥାନୀୟ ମେଡିକାଲରେ ଚିକିତ୍ସା ହେଉଛନ୍ତି। ଜଗନ୍ନାଥପ୍ରସାଦ ପୁଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଛି। ଖବର ଶେଷ ସୁଦ୍ଧା ଥାନାରେ ଉଭୟ ପକ୍ଷରୁ ଏତଲା ହୋଇ ନଥିବା ସୂଚନା ମିଳିଛି l



from Odisha Reporter https://ift.tt/3fEmtxP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages