ଗୁରୁତର ଆକ୍ରାନ୍ତଙ୍କ ତାଲିକାରେ ଭାରତ ଦ୍ୱିତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

ଗୁରୁତର ଆକ୍ରାନ୍ତଙ୍କ ତାଲିକାରେ ଭାରତ ଦ୍ୱିତୀୟ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମଣ ନିଜର କାୟା ବିସ୍ତାର କରି ଚାଲିଛି। ଏବେ ବିଶ୍ୱରେ ସର୍ବାଧିକ କରୋନା ଆକ୍ରାନ୍ତ ଦେଶଗୁଡ଼ିକ ମଧ୍ୟରେ ଭାରତ ଟପ୍-୫ରେ ରହିଛି। ହେଲେ ଗୁରୁତର ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ପ୍ରଥମେ ଆମେରିକା ଓ ଦ୍ୱିତୀୟରେ ଭାରତ ରହିଛି।

ଓ୍ୱାର୍ଲଡୋମିଟରର ତଥ୍ୟ ଅନୁସାରେ ଆମେରିକାରେ କୋଭିଡ୍-୧୯ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୨୩ ରହିଥିବା ବେଳେ ଭାରତରେ ୮,୯୪୪ ଜଣ ଗୁରୁତର ଆକ୍ରାନ୍ତ ରହିଛନ୍ତି। ତେବେ ଭାରତ ତୁଳନାରେ ଅନେକ ଗୁଣରେ ଅଧିକ ସଂକ୍ରମଣ ବ୍ୟାପିଥିବା ବ୍ରାଜିଲ ଏବଂ ରୁଷରେ ମଧ୍ୟ ଏତେ ସଂଖ୍ୟାରେ ଗୁରୁତର ଆକ୍ରାନ୍ତ ନାହାନ୍ତି।

ବ୍ରାଜିଲରେ ଭାରତ ତୁଳନାରେ ତିନି ଗୁଣ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ। ତଥାପି ଏଠାରେ ୮,୩୧୮ଜଣ ଗୁରୁତର ଅଛନ୍ତି, ଯାହା ଭାରତର ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟାଠାରୁ କମ୍। ସେହିପରି ରୁସରେ ଦୁଇ ଗୁଣ ଅଧିକ ଆକ୍ରାନ୍ତ ଥିବା ବେଳେ ସେଠାରେ ଭାରତ ତୁଳନା ଏକ ଚତୁର୍ଥାଂଶ ଆକ୍ରାନ୍ତଙ୍କ ସ୍ଥିତି ଗୁରୁତର ରହିଛି। ସ୍ପେନ୍, ବ୍ରିଟେନ୍, ଇଟାଲୀ ଏବଂ ଜର୍ମାନୀରେ ଏକ ହଜାରରୁ କମ୍ କରୋନା ସଂକ୍ରମିତଙ୍କ ସ୍ଥିତି ଗୁରୁତର ଅଛି।

ପ୍ରକାଶ ଥାଉ କି, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରଥମେ କୁହାଯାଇଥିଲା, ଦେଶରେ ୫ ପ୍ରତିଶତରୁ କମ୍ ଲୋକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଏମାଙ୍କ ମଧ୍ୟରୁ ୨.୨୫ ପ୍ରତିଶତ ଆଇସିୟୁରେ ଭର୍ତ୍ତି ହୋଇଥିଲେ ଏବଂ ୧.୯୧ ପ୍ରତିଶତ ସଂକ୍ରମିତଙ୍କୁ କୃତ୍ରିମ ଅମ୍ଳଜାନ ଦେବାକୁ ପଡ଼ିଥିଲା। ଏପରି କି କେତେଜଣଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଗଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି।

ଅନ୍ୟପଟେ ରୁଷରେ ଭାରତ ତୁଳନାରେ ଦୁଇଗୁଣ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ପ୍ରତ୍ୟେହ ସେଠାରୁ ପ୍ରାୟ ୯ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାପରେ ମଧ୍ୟ ସେଠାରେ ମୃତ୍ୟୁ ସଂଖ୍ୟା କମ୍ ରହିଛି। ଭାରତରେ ୭,୨୦୭ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ରୁଷରେ ୫,୯୭୧ ଜଣଙ୍କ ମୃତ୍ୟୁ ହୋଇଛି। ଗତ ଏକ ସପ୍ତାହ ମଧ୍ୟରେ ବ୍ରାଜିଲ ଏବଂ ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ତୀବ୍ର ଗତିରେ ବଢ଼ିଚାଲିଛି।

କରୋନା ଜନିତ ଗୁରୁତର ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତର ଖରାପ ହୋଇଯାଏ ଏବଂ ତାଙ୍କୁ ତୁରନ୍ତ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ ହୋଇଥାଏ। ଏଭଳି ଆକ୍ରାନ୍ତମାନଙ୍କ କ୍ଷେତ୍ରରେ ଅଧିକାଂଶଙ୍କୁ ଶ୍ୱାସକ୍ରିୟାରେ ପରିଚାଳନାରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ସେମାନଙ୍କୁ କୃତ୍ରିମ ଉପାୟରେ ଅମ୍ଲଜାନ ଦେବାକୁ ପଡ଼ିଥାଏ। ଅଧିକ ଗୁରୁତରଙ୍କୁ ଭେଣ୍ଟିଲେଟରରେ ରଖାଯାଏ।



from Odisha Reporter https://ift.tt/2BNPU1T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages