ଡାକ୍ତର ସନାତନ ରଥଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

ଡାକ୍ତର ସନାତନ ରଥଙ୍କ ପରଲୋକ

କଟକ (ଓଡ଼ିଶା ରିପୋର୍ଟର) ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କର ଆଜି ପରଲୋକ ହୋଇଯାଇଛି। କଟକ କନିକା ଛକ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

ଦୀର୍ଘଦିନ ଧରି ସନାତନ ରଥ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେ ଜଣେ ନ୍ୟୁରୋ ସ୍ପେଶାଲିଷ୍ଟ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ଜଣାଶୁଣା ଥିଲେ। ସେ ବହୁ ବିରଳ ଅପରେସନ କରି ସଫଳ ହୋଇଥିଲେ। ଏହାସହ ଓଡ଼ିଶାକୁ ପ୍ରଥମ ସିଟି ସ୍କାନ ମେସିନ ପ୍ରଫେସର ରଥଙ୍କ ଉଦ୍ୟମରେ ଆସିଥିଲା। ସେ ତାଙ୍କ ଜୀବନ କାଳରେ ଅନେକ ନ୍ୟୁରୋ ସର୍ଜନ ସୃଷ୍ଟି କରିଥିଲେ।

ସନାତନ ରଥ  କେବଳ ଜଣେ ଡାକ୍ତର ଭାବେ ଯେ ଖ୍ୟାତି ଅର୍ଜନ କରିଥିଲେ ତାହା ନୁହେଁ, ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ହୋଇ ସୁନାମ ମଧ୍ୟ ଅର୍ଜନ କରିଥିଲେ।

ଡାକ୍ତର ରଥଙ୍କ ମୃତ୍ୟୁ ପରେ ତୁଳସୀପୁର କନିକା ରୋଡଠାରେ ଥିବା ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।



from Odisha Reporter https://ift.tt/3dMvrso

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages