ଲକଡାଉନକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଲେ ରାଜୀବ ବଜାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ଲକଡାଉନକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଲେ ରାଜୀବ ବଜାଜ

ନୂଆଦିଲ୍ଲୀ: ଜଣାଶୁଣା ଶିଳ୍ପପତି ଓ ବଜାଜ ଅଟୋର ଏମଡି ରାଜୀବ ବଜାଜ କରୋନା ଭାଇରସ୍ ବିରୋଧରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ସହ ଗୁରୁବାର କରୋନା ସଂକଟ ସମ୍ବନ୍ଧରେ ଆଲୋଚନା ବେଳେ ସେ ଭାରତରେ ଲାଗୁ କରାଯାଇଥିବା ଲକଡାଉନ ନିୟମକୁ ଅତି ନିଷ୍ଠୁର ଆଖ୍ୟା ଦେଇ କହିଛନ୍ତି, ବିଶ୍ୱର କୌଣସି ଦେଶରେ ଏଭଳି ଲକଡାଉନ୍ କରାଯାଇନାହିଁ।

ରାଜୀବ ବଜାଜ କହିଛନ୍ତି, କରୋନା କବଳରୁ ରକ୍ଷା ପାଇବା ପାଇଁ ଭାରତ ପୂର୍ବ ବଦଳରେ ପଶ୍ଚିମ ଦେଶ ଉପରେ ଗୁରୁତ୍ୱାରୋପ କରିଥିଲା, ଯେଉଁଠାରେ ଭୌଗୋଳିକ ସ୍ଥିତି, ଜନ୍ମଜାତ ପ୍ରତିରୋଧକ କ୍ଷମତା, ତାପମାତ୍ରା ସମ୍ପୂର୍ଣ୍ଣ ଅଲଗା। ଭାରତରେ ଲକଡାଉନକୁ କୋହଳ କରାଯିବା ବଦଳରେ ଅଧିକ କଠୋର କରିବା ଉପରେ ଗୁରୁତ୍ୱ ଦିଆଗଲା। ଯଦିଓ ଏହା କଠୋର କରାଗଲା, କିନ୍ତୁ ଏହାକୁ ସଠିକ୍ ଭାବେ ଲାଗୁ କରାଯାଇପାରିଲା ନାହିଁ। ଯେଉଁକାରଣରୁ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଦେଶରେ ଏବେ କରୋନା କର୍ଭ ବଦଳରେ ଜିଡିପିର କର୍ଭକୁ ପୂରା ଫ୍ଲାଟ୍ କରିଦିଆଗଲା।

ରାଜୀବ କହିଛନ୍ତି, “ଆମକୁ ଜାପାନ କିମ୍ବା ସ୍ୱିଡେନ୍ ଦେଶ ଭଳି ପଦକ୍ଷେପ ନେବାର ଥିଲା। ସେମାନେ ହାର୍ଡ ଇମ୍ୟୁନିଟିକୁ ବାଛିଥିଲେ ଏବଂ ସାନିଟାଇଜେସନ୍, ମାସ୍କ, ସାମାଜିକ ଦୂରତାର ମଧ୍ୟ ପାଳନ କରିଥିଲେ। ଭାରତରେ ଲାଗୁ ହୋଇଥିବା ଲକଡାଉନକୁ ଅତି କଠୋର ଭାବେ ବ୍ୟବହାର କରାଗଲା। ମୁଁ କେବେବି ଏଭଳି ଲକଡାଉନ୍ ବ୍ୟବହୃତ ହେବା ଦେଖିନଥିଲି। ବାକି ଦେଶରେ ଲକଡାଉନ୍ ବେଳେ ଲୋକେ ବାହାରକୁ ବାହାରୁଥିଲେ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା କିମ୍ବା କାହା ସହ ସାକ୍ଷାତ କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଥିଲେ। କିନ୍ତୁ ଆମର ଏଠି ଲକଡାଉନରେ ବାହାରକୁ ବାହାରିବା ମାତ୍ରକେ ପୁଲିସର ଲାଠି ମାଡ଼ ଖାଇବା ସହ ଅପମାନ ମଧ୍ୟ ସହିବାକୁ ପଡ଼ୁଛି। ଏପରିକି ବୟସ୍କ ବ୍ୟକ୍ତି ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି।”

ରାଜୀବ କହିଛନ୍ତି, “ସଡ଼କ ଦୁର୍ଘଟଣା ମାମଲାରେ ଭାରତରେ ହିଁ ସର୍ବାଧିକ ଲୋକେ ମୃତ୍ୟୁବରଣ କରୁଛନ୍ତି। ତେଣିକି ତା’ର କାରଣ ଯାହାବି ହେଉ। ଯଦି କୌଣସି ବ୍ୟକ୍ତି ହେଲମେଟ୍ ପିନ୍ଧି ଗାଡ଼ି ଚଳାଉଛି, ତାହେଲେ ପୁଲିସ୍ କିଛି କରୁନାହିଁ। କିନ୍ତୁ ଏବେ କୌଣସି ବ୍ୟକ୍ତି ଯଦି ମାସ୍କ ପିନ୍ଧୁନାହିଁ କିମ୍ବା ମର୍ଣ୍ଣିଂ ୱାକ କିମ୍ବା ଇଭନିଙ୍ଗ୍ ୱାକରେ ବାହାରୁଛି, ତାହେଲେ ତାକୁ ଲାଠିରେ ନିର୍ମମ ମାଡ଼ ମରାଯାଉଛି। ସେମାନଙ୍କୁ ମଝି ରାସ୍ତାରେ ଉଠବସ୍ କରାଯାଇ ଅପମାନିତ ମଧ୍ୟ କରାଯାଉଛି। ସେମାନଙ୍କ ହାତରେ ବୋର୍ଡ ଧରାଇ ଦିଆଯାଉଛି, ଯେଉଁଥିରେ ଲେଖାଯାଉଛି ଯେ ମୁଁ ଦେଶଦ୍ରୋଦୀ, ମୁଁ ଗଧ। ତେଣୁ ଏସବୁ କାମ କରି ସରକାର କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ମୁଁ ଜାଣିନି।”

କରୋନା ପାଇଁ ମୋଦିଙ୍କ ସରକାରଙ୍କ ଦ୍ୱାରା ଜାରି ୨୦ଲକ୍ଷ କୋଟିର ପ୍ୟାକେଜକୁ ନେଇ ରାଜୀବ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “କରୋନା କବଳରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱର ସରକାର ଯେତେସବୁ ପ୍ୟାକେଜ୍ ଘୋଷଣା କରିଛନ୍ତି, ତା’ର ଦୁଇ ତୃତୀୟାଂଶ ସିଧାସଳଖ ସଂଗଠନ ଓ ଲୋକଙ୍କ ନିକଟରେ ପହଞ୍ଚିଛି। କିନ୍ତୁ ଭାରତରେ କେବଳ ୧୦ ପ୍ରତିଶତ ଲୋକଙ୍କ ପାଖରେ ହିଁ ଏହା ପହଞ୍ଚିପାରିଛି। ତେବେ ଲୋକଙ୍କୁ ସିଧାସଳଖ କାହିଁକି ଟଙ୍କା ମିଳୁନାହିଁ।”

ରାଜୀବଙ୍କ ସହ ଆଲୋଚନା ବେଳେ ରାହୁଲ୍ ଗାନ୍ଧି ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ କହିଛନ୍ତି, “ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ଲକଡାଉନ୍ ସମ୍ପୂର୍ଣ୍ଣ ଫେଲ୍ ମାରିଛି, କାରଣ ସାରା ବିଶ୍ୱରେ ଏହା ଏକମାତ୍ର ଲକଡାଉନ୍ ଯେଉଁଥିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ସତ କହିବାକୁ ଗଲେ, ଭାରତ ଦୁଇମାସ ପାଇଁ ପଜ୍ ବଟନ୍ ଦବାଇ ରଖିଥିଲା, ଏବେ ପୁଣିଥରେ ସବୁକିଛି ପୂର୍ବଭଳି ହେବାରେ ଲାଗିଛି।”



from Odisha Reporter https://ift.tt/2XYc3lr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages