ଫାଇନ୍‌ ଦେଲେ ଅପରାଜିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ଫାଇନ୍‌ ଦେଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ ନିୟମ ଭଙ୍ଗ କରି ସ୍ୱେଚ୍ଛାକୃତ ଭାବେ ଫାଇନ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏ ସମ୍ପର୍କରେ ଖୋଦ ଅପରାଜିତା ଟ୍ୱିଟ କରି ସୂଚନା ଦେଇଛନ୍ତି।


ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ ପ୍ରଧାନ । ତାଙ୍କୁ ବୁଝାଶୁଝା କରିବାକୁ ଦଳର ଅନ୍ୟ ନେତୃବୃନ୍ଦଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ମଧ୍ୟ ଜଗନ୍ନାଥଙ୍କ ଘରକୁ ଯାଇଥିଲେ।  ଏହାପରେ ମନ ପରିବର୍ତ୍ତନ କରି ପୁଣି ଏକାଠି ହୋଇ କାମ କରିବାକୁ ନିଷ୍ପତ୍ତି ନେଇ ବିଜେପିକୁ ଫେରି ଆସିଲେ ଜଗନ୍ନାଥ।

ହେଲେ କରୋନା ପରି ମହାମାରୀ  ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଜଗନ୍ନାଥଙ୍କ ଘରେ କିଛି ବିଜେପି ନେତା, କର୍ମୀ ଏକାଠି ହୋଇଥିଲେ। ଏକାଧିକ ଲୋକ ଏକାଠି ହେବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ନିଜେ ଆଗକୁ ଆସି ଲୋକଙ୍କ ଆବେଗକୁ ସମ୍ମାନ ଜଣାଇବା ସହ ଫାଇନ ଦେଇଥିବା କହିଛନ୍ତି ଅପରାଜିତା।  ଏହା ଭଲ ଲକ୍ଷଣ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଛନ୍ତି।



from Odisha Reporter https://ift.tt/3gLYiPv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages