ଯୁବକଙ୍କୁ ପିଟିପିଟି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ଯୁବକଙ୍କୁ ପିଟିପିଟି ମାରିଦେଲେ

ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ତେନ୍ତୁଳି ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ଦେହୁରୀ।

ରବୀନ୍ଦ୍ର ଗତକାଲି ରାତିରେ ଘରୁ ଖାଇ ସାରି ଗାଁ ହାଟ ପଡ଼ିଆରେ ଥିବା ତାଙ୍କ  ଦୋକାନକୁ ଶୋଇବାକୁ ଯାଉଥିଲେ। ଏହି ସମୟରେ ଗାଁର କିଛି ଯୁବକ ତାଙ୍କୁ ପିଟି ପିଟି ମାରି ଦେଇଥଲେ। ଏହି ଖବର ମିଳିବା ମାତ୍ରେ ତାଙ୍କ ପରିବାର ଲୋକେ ଓ ତାଙ୍କ ସାହିପଡ଼ିଶା ଏକତ୍ରିତ ହୋଇ ଆକ୍ରମଣ କରିଥିବା ୩ ଯୁବକଙ୍କୁ ଧରି ମାଡ଼ ମାରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଆକ୍ରମଣ କରିଥିବା ଯୁବକମାନଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛି।ହେଲେ ଆଉ ଜଣେ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ମୃତ ରବୀନ୍ଦ୍ରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ, ଗାଁ ହାଟ ପଡ଼ିଆର ନିଲାମ ଓ ହାଟ ବସିବା ସମୟକୁ ନେଇ ଗତକାଲି ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ ନେଇ ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଛି ନା ଆଉ କିଛି କାରଣ ରହିଛି, ସେ ନେଇ ପୁଲିସ୍ ତଦନ୍ତ କରୁଛି।



from Odisha Reporter https://ift.tt/3d1X13s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages