ଦିଲ୍ଲୀରେ କରୋନା ସଙ୍କଟ: ଗୃହମନ୍ତ୍ରୀ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ଦିଲ୍ଲୀରେ କରୋନା ସଙ୍କଟ: ଗୃହମନ୍ତ୍ରୀ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି। ଏହି ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏବଂ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିୟା ଉପସ୍ଥିତ ରହିଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି। ତେବେ ଆସନ୍ତା ୧୭ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଶରେ କରୋନା ସଙ୍କଟ ପ୍ରସଙ୍ଗରେ ପୁଣି ବୈଠକ କରିବେ।

ମହାମାରୀ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ଦ୍ୱିତୀୟ ବୈଠକ। ବୈଠକ ଆଜି ସକାଳ ୧୧ଟାରୁ ଆରମ୍ଭ ହୋଇଯାଇଛି। ଦିଲ୍ଲୀରେ କୋଭିଡ୍-୧୯ ସ୍ଥିତି ମୁକାବିଲା ହିଁ ବୈଠକର ମୁଖ୍ୟ ପ୍ରସଙ୍ଗ। ଦିଲ୍ଲୀରେ ଦିନକୁ ଦିନ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହସ୍ପିଟାଲରେ ସେତିକି ସଂଖ୍ୟକ ବେଡ୍ ଉପଲବ୍ଧ ନାହିଁ। ଏହା ବର୍ତ୍ତମାନ ସ୍ଥିତିରେ ସବୁଠାରୁ ବଡ଼ ସମସ୍ୟା।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ସୁପ୍ରିମକୋର୍ଟ ଦିଲ୍ଲୀରେ କରୋନା ସଂକ୍ରମଣର ଭୟାବହତା ଦେଖି ସରକାରଙ୍କୁ ଭର୍ତ୍ସନା କରିଥିଲେ। ଦିଲ୍ଲୀ ହସ୍ପିଟାଲରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ଶବକୁ ଅତ୍ୟନ୍ତ ଦୟନୀୟ ବ୍ୟବହାର କରୁଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି।



from Odisha Reporter https://ift.tt/2MY0XYs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages