କରୋନାରେ ଆଖି ବୁଜିଲେ ୨ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 29, 2020

କରୋନାରେ ଆଖି ବୁଜିଲେ ୨ ମହିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆକ୍ରାନ୍ତ ୨ ମହିଳା ଆଖି ବୁଜିଲେ। ମୃତକଦ୍ୱୟ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ରାଜ୍ୟରେ କରୋନା ଯୋଗୁ ସମୁଦାୟ ମୃତ୍ୟୁ ସଂଖ୍ୟା ୨୫ ଛୁଇଁଲା। ମୃତ ମହିଳାଦ୍ୱୟଙ୍କ ମଧ୍ୟରୁ ଜଣେ ୪୮ ବର୍ଷୀୟା ଓ ଜଣେ ୩୯ ବର୍ଷୀୟା  ହୋଇଥିବା ଜଣାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।

ଗତକାଲି କରୋନାରେ ଗଞ୍ଜାମ ଜିଲ୍ଲାର ୨ ଜଣ ଆଖି ବୁଜିଥିବା ବେଳେ ଆଜି ବି ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଆଜି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ୨ ମହିଳାଙ୍କ ମଧ୍ୟରୁ ୩୯ ବର୍ଷୀୟା ମହିଳା ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିବା  ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।  ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ସ୍ଥିତି ବେକାବୁ ହେବାରେ ଲାଗିଛି। କେବଳ ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ୧୨ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇସାରିଥିବା ବେଳେ ଏବେ ଏହି ସଂଖ୍ୟା ୧୪ରେ ପହଞ୍ଚିଲାଣି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ ଛୁଇଁଥିବା ବେଳେ ଗଞ୍ଜାମରେ ସର୍ବାଧିକ ୧୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।   ସେମାନଙ୍କ ମଧ୍ୟରୁ ୯୫୨ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୪୦୪ ଜଣ ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଥିବା ବେଳେ କରୋନାରେ ପୀଡ଼ିତ ହୋଇ ଅନ୍ୟ ରୋଗରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

The post କରୋନାରେ ଆଖି ବୁଜିଲେ ୨ ମହିଳା appeared first on Odisha Reporter.



from Odisha Reporter https://ift.tt/3gcgIaV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages