ଖରାଦିନେ ସାଧାରଣତଃ ଲୋକମାନେ ସନ୍ବର୍ଣ୍ଣ ସମସ୍ୟାର ସାମ୍ନା କରନ୍ତି। ଯଦିଓ ଏବେ ବର୍ଷା ଋତୁ ଚାଲିଛି, ତଥାପି କିଛି ଲୋକ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ଏହାକୁ ନେଇ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ସନ୍ବର୍ଣ୍ଣ ଯୋଗୁ ହେଉଥିବା କଷ୍ଟକୁ ଦୂର କରିବାର କିଛି ବେଶ୍ ଭଲ ଘରୋଇ ଉପଚାର ରହିଛି। ଚାଲନ୍ତୁ, ସେ ବିଷୟରେ ଜାଣିବା।
ଦହି
ଦହିରେ ପ୍ରୋବାୟୋଟିକ୍ସ ଏବଂ ଏନ୍ଜାଇମ୍ସ୍ ରହିଥାଏ, ଯାହା ତ୍ୱଚାକୁ ସଫା ରଖିବାରେ ସାହାଯ୍ୟ କରେ। ଏଥିପାଇଁ ଆପଣ ଅଧା କପ୍ ଦହି ନିଅନ୍ତୁ ଏବଂ ତାକୁ ତ୍ୱଚାରେ ଲଗାନ୍ତୁ। ୨୦ମିନିଟ୍ ପରେ ଥଣ୍ଡା ପାଣିରେ ଏହାକୁ ଧୋଇ ଦିଅନ୍ତୁ।
ଆଲୋଭେରା
ଏଥିରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି, ଯାହା ତ୍ୱଚାକୁ ଥଣ୍ଡା ଏବଂ ଆରାମ ପହଞ୍ଚାଇଥାଏ। ଆଲୋଭେରାକୁ ତ୍ୱଚାରେ କିଛି ସମୟ ଘସନ୍ତୁ। ତା’ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
ଆପଲ୍ ସାଇଡର୍ ଭିନେଗାର
ଗୋଟେ ପାତ୍ରରେ ଉଷୁମ ପାଣି ନିଅନ୍ତୁ। ଏଥିରେ ଗୋଟେ କପ୍ ଆପଲ୍ ସାଇଡର୍ ଭିନେଗାର ପକାନ୍ତୁ ଓ ତ୍ୱଚାକୁ ଧୁଅନ୍ତୁ। ଦିନକୁ ଥରେ ଏହି ପାଣିରେ ତ୍ୱଚାକୁ ଧୋଇଲେ ତ୍ୱଚାର ପିଏଚ୍ ସ୍ତରକୁ ସନ୍ତୁଳିତ ରହିବ।
ଆଳୁ ରସ
ସନ୍ବର୍ଣ୍ଣ ହୋଇଥିବା ସ୍ଥାନକୁ ଭଲ ଭାବେ ଧୋଇ ଦିଅନ୍ତୁ ଓ ଆଳୁରୁ ଚୋପା ଛଡ଼ାଇ ତାକୁ ଛେଚି ସେହି ସ୍ଥାନରେ ଲଗାନ୍ତୁ। ୧୫ରୁ ୨୦ ମନିଟ୍ ପରେ ସେହି ସ୍ଥାନକୁ ଭଲ ଭାବେ ଧୋଇ ଦିଅନ୍ତୁ।
କାକୁଡ଼ି
ପ୍ରଥମେ ଗୋଟେ କାକୁଡ଼ିକୁ ଅଧା ଘଣ୍ଟା ପାଇଁ ଫ୍ରିଜ୍ରେ ରଖନ୍ତୁ। ଏହାପରେ ତାକୁ କାଢ଼ି ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏହାକୁ ସନ୍ବର୍ଣ୍ଣ ହୋଇଥିବା ସ୍ଥାନରେ ଲଗାନ୍ତୁ ଓ ଅଧାଘଣ୍ଟା ପାଇଁ ସେମିତି ଛାଡ଼ି ଦିଅନ୍ତୁ। ପରେ ୱଚାକୁ ଧୋଇ ଦିଅନ୍ତୁ।
The post ସନ୍ବର୍ଣ୍ଣ କଷ୍ଟରୁ ମୁକ୍ତି ଦେବ ୫ଟି ଘରୋଇ ଉପଚାର appeared first on Odisha Reporter.
from Odisha Reporter https://ift.tt/31tkKYl
No comments:
Post a Comment