ମୁମ୍ବାଇରେ ଆରମ୍ଭ ହେଲା ଲୋକାଲ ଟ୍ରେନ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ମୁମ୍ବାଇରେ ଆରମ୍ଭ ହେଲା ଲୋକାଲ ଟ୍ରେନ ସେବା

ମୁମ୍ୱାଇ: କରୋନା ମହାମାରୀ ମଧ୍ୟରେ ସୋମବାର ଠାରୁ ମୁମ୍ବାଇରେ ରେଳ ସେବା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ପ୍ରାପ୍ତ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ସେଣ୍ଟ୍ରାଲ୍ ରେଲୱେ ଏବଂ ୱେଷ୍ଟର୍ନ ରେଲୱେ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଟ୍ରେନରେ ଯାତ୍ରା କରୁଥିବା ଲୋକମାନେ ମାସ୍କ ପିନ୍ଧିବେ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି।

ସେହିପରି ସାମାଜିକ ଦୂରତା ନିୟମକୁ ମଧ୍ୟ ପାଳନ କରାଯାଉଛି। ଏହାର ଅର୍ଥ ପୂର୍ବରୁ ୧୨ଶହ ଲୋକ ଟ୍ରେନରେ ଯାଉଥିବା ବେଳେ ଏବେ ମାତ୍ର ୭୦୦ ଲୋକଙ୍କୁ ଗୋଟିଏ ଥରରେ ଯିବା ପାଇଁ ଅନୁମତି ମିଳିବ।

ଆଜିଠାରୁ ୭୩ଟି ସ୍ଥାନ ସହ ଭାଇରର ଏବଂ ଡାହାନୁ ରୋଡ ମଧ୍ୟରେ ଆଠ ଯୋଡ଼ା ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହା ସହିତ ଚର୍ଚ୍ଚଗେଟ୍ ଓ ଭାଇରର ମଧ୍ୟରେ ସର୍ବାଧିକ ଟ୍ରେନ ଚାଲିବ ବୋଲି ଜଣାପଡ଼ିଛି। ଏହି ଟ୍ରେନ୍ ଗୁଡ଼ିକ ସକାଳ ୫ଟା ୩୦ରୁ ରାତି ୧୧.୩୦ ମଧ୍ୟରେ ପ୍ରତି ୧୫ ମିନିଟ୍‌ ବ୍ୟବଧାନରେ ଚଳାଚଳ କରିବ।

କେନ୍ଦ୍ରୀୟ ରେଳବାଇର ପ୍ରାୟ ୨୦୦ଟି ଟ୍ରେନ ଚଳାଚଳ ଆରମ୍ଭ କରିଛି। ଏହା ମଧ୍ୟରୁ ପ୍ରାୟ ୧୩୦ଟି ଟ୍ରେନ ସିଏସଏମଟି ଓ କସରା/ କରଜାଟ/କଲ୍ୟାଣ/ଥାନେ ମଧ୍ୟରେ ଚଳାଚଳ କରିବ। ଅବଶିଷ୍ଟ ଟ୍ରେନଗୁଡ଼ିକ ସିଏସଏମଟି ଓ ପାନଭେଲ ମଧ୍ୟରେ ଚାଲିବ। ଏହି ଟ୍ରେନ୍ ଗୁଡ଼ିକ କେବଳ ପ୍ରମୁଖ ଷ୍ଟେସନରେ ହିଁ ଅଟକିବ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ମାସରୁ ହିଁ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ଚଳାଚଳ ବନ୍ଦ ରହିଥିଲା।



from Odisha Reporter https://ift.tt/3hvbNn5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages