ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଥିବା ବେଳେ ଏଥିରେ ୧୧ ଜଣ ଆଖି ବୁଜି ସାରିଲେଣି। ପ୍ରତିଦିନ କରୋନା ଲମ୍ବା ଡିଆଁ ମାରି ଚାଲିଥିବା ବେଳେ ସ୍ଥାନୀୟ ସଂକ୍ରମଣ ବି ଚିନ୍ତା ବଢାଉଛି। ଏପରି ସ୍ଥିତିରେ କରୋନାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଆଜିଠୁ ଘରକୁ ଘର ବୁଲିବେ ସ୍ୱାସ୍ଥ୍ୟ କର୍ମୀ । ସେମାନେ ପ୍ରତି ଘରେ ସର୍ଭେ କରି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଖୋଜିବାକୁ ପ୍ରୟାସ କରିବେ। ଏହି ସ୍ୱତନ୍ତ୍ର ଅଭିଯାନ ଆଜିଠୁ ଜୁଲାଇ ୩୧ ଯାଏ ଚାଲିବ।
ଚଳିତ ମାସର ପ୍ରଥମ ୧୪ ଦିନରେ ୨ହଜାର ୧୦୭ ଜଣ ସଂକ୍ରମିତ ହୋଇଥିବା ବେଳେ ଏହାର ୯.୫୮ ପ୍ରତିଶତ ଅର୍ଥାତ ୨୦୨ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ । ଏହାବାଦ୍ ପଶ୍ଚିମବଙ୍ଗକୁ ଅମ୍ଫାନ ଡ୍ୟୁଟିରେ ଯାଇ ଫେରିଥିବା ୧୫୮ ଜଣ NDRF, ODRAF ଓ ଅଗ୍ନିଶମ କର୍ମଚାରୀଙ୍କୁ ବି କରୋନା କବଳିତ କରିଛି ।
ଗତକାଲି କନ୍ଧମାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍ କରି ସାରିଥିବା ବେଳେ ଶହେରୁ ଅଧିକ ପଜିଟିଭ୍ ଥିବା ଜିଲ୍ଲା ସଂଖ୍ୟା ୧୪କୁ ବଢିଛି।
from Odisha Reporter https://ift.tt/2UMY5SR
No comments:
Post a Comment