ବେକାବୁ ହେଲାଣି କରୋନା; ନିଦ ହଜାଉଛି ସ୍ଥାନୀୟ ସଂକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 29, 2020

ବେକାବୁ ହେଲାଣି କରୋନା; ନିଦ ହଜାଉଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବେକାବୁ ହେଲାଣି କରୋନା । ନିଦ ହଜାଇଲାଣି ସ୍ଥାନୀୟ ସଂକ୍ରମଣ । ସପ୍ତାହକରେ ୧୮୭ ଛୁଇଁଲାଣି ଲୋକାଲ୍ କେସ୍ । ଗତ ଜୁନ ୨୩ରେ ଲୋକାଲ୍ କେସ୍ ସଂଖ୍ୟା ୧୭ ଥିଲା। ସପ୍ତାହକ ମଧ୍ୟରେ ଏବେ କ୍ରମାଗତ ବୃଦ୍ଧି ପାଇ ୨ଶହ ମୁହାଁ ହେଲାଣି ।

ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଉଦବେଗଜନକ ହେଲାଣି।  ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରୁ ଚିହ୍ନଟ ୨୫ଟି ପଜିଟିଭ୍ ମଧ୍ୟରୁ ୨୩ଟି କେସ୍ ହେଉଛି ସ୍ଥାନୀୟ ସଂକ୍ରମଣ ।

ଗଞ୍ଜାମ ସ୍ଥିତି ବି ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଥିବା ବେଳେ ହଟସ୍ପଟ୍‌ ପାଲଟିଥିବା ଗଞ୍ଜାମରେ ସର୍ବାଧିକ ୧୨ ଜଣଙ୍କ ମୁଣ୍ଡ ନେଲାଣି ଏହି ମହାମାରୀ । କେବଳ ମୃତ୍ୟୁ ନୁହେଁ, ୧୩୬୭କୁ ଛୁଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ଉଦବେଗଜନକ ସ୍ଥିତିକୁ ଦେଖି ଆଜିଠାରୁ ଜୁଲାଇ ୬ ଯାଏଁ ଛତ୍ରପୁର ଏନ୍ଏସି ଅଞ୍ଚଳକୁ ଶଟଡାଉନ୍‌  ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ୭ ଦିନ କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ସେବା ବନ୍ଦ ରହିବ । କେବଳ ଛତ୍ରପୁର ନୁହେଁ ଜିଲ୍ଲାର ୮ ବ୍ଲକ ଓ ସହରାଞ୍ଚଳର ବିଭିନ୍ନ ସ୍ଥାନରୁ କଣ୍ଟେନମେଣ୍ଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ସେହିପରି ଖୁବ୍ କମ୍‌ ଦିନରେ ୪୦୦  ପାର୍ କରିସାରିଥିବା ଗଜପତି ଜିଲ୍ଲାରେ କ୍ୱାରେଣ୍ଟାଇନ୍‌ ଅବଧିକୁ ୨୧ ଦିନକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ପରେ ବି ପଜିଟିଭ୍ ବାହାରୁଥିବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟତମ ହଟସ୍ପଟ ଜିଲ୍ଲା ଯାଜପୁରରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ଯିବାକୁ ବାରଣ କରାଯାଇଛି । ଯାଜପୁର ଜିଲ୍ଲାରେ ୪୮ ଘଣ୍ଟା ମଧ୍ୟରେ ୮୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ବି ସଂକ୍ରମିତ ହୋଇଛନ୍ତି  ।  ସଂକ୍ରମଣ ରୋକିବାକୁ ଯାଜପୁର ଜିଲ୍ଲାରେ ଆସନ୍ତା ୮ ତାରିଖ ଯାଏଁ କୌଣସି ସାଧାରଣ ବ୍ୟକ୍ତିଙ୍କୁ ସରକାରୀ ଅଫିସ ଯିବାକୁ ମନା କରାଯାଇଛି ।

The post ବେକାବୁ ହେଲାଣି କରୋନା; ନିଦ ହଜାଉଛି ସ୍ଥାନୀୟ ସଂକ୍ରମଣ appeared first on Odisha Reporter.



from Odisha Reporter https://ift.tt/3ilCGdF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages