ଗୁଡ଼ ବାଏ ଡାଡି…. ମୃତ୍ୟୁ ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସେଲଫି ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

ଗୁଡ଼ ବାଏ ଡାଡି…. ମୃତ୍ୟୁ ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସେଲଫି ଭିଡିଓ

ହାଇଦ୍ରାବାଦ: ‘ ମୁଁ ତାଙ୍କୁ କହିଲି ନିଃଶ୍ୱାସ ପ୍ରଶ୍ୱାସ ନେବାରେ ମୋର କଷ୍ଟ ହେଉଛି। ହେଲେ ସେମାନେ ଭେଣ୍ଟିଲେଟରରୁ କାଢ଼ି ଦେଲେ। ତିନି ଘଣ୍ଟା ହେବ ନିରାଶ ହୋଇଯାଇଛି ଡାଡି। ମୋତେ ଲାଗୁଛି ମୋର ହୃଦ ସ୍ପନ୍ଦନ ବନ୍ଦ ହୋଇଯାଉଛି। ବାଏ ଡାଡି ବାଏ, ସମସ୍ତଙ୍କୁ ଗୁଡ ବାଏ’। ମୃତ୍ୟୁ ପୂର୍ବରୁ ଜଣେ ୩୪ ବର୍ଷୀୟ କରୋନା ଆକ୍ରାନ୍ତ ଏଭଳି କହି ସେଲଫି ଭିଡିଓ ରେକର୍ଡିଂ କରି ତାଙ୍କ ବାପାଙ୍କ ପାଖକୁ ପଠାଇଥିଲେ। ଆଉ ସେହି ଭିଡିଓକୁ ତାଙ୍କ ବାପା ସୋଶାଲ ମିଡିଆରେ ଶେୟାର କରିଛନ୍ତି ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ। କିଭଳି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ଏହି ଭିଡିଓରୁ ହୃଦବୋଧ ହୋଇଛି। ତେବେ ହସ୍ପିଟଲା କର୍ତ୍ତୃପକ୍ଷ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଜୁନ୍ ୨୬ରେ ପି. ରବି କୁମାର ଆଖି ବୁଜିଥିଲେ।

ପି. ରବି କୁମାର ଜୁନ୍ ୨୬ରେ ଏହି ଭିଡିଓ ହସ୍ପିଟାଲରେ ଥିବା ବେଳେ ରେକର୍ଡ କରିଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ପରେ ରବି ଜୁନ୍ ୨୪ରେ ତେଲେଙ୍ଗାନା ସରକାରଙ୍କ ଚେଷ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ରବିଙ୍କ ବାପା ପି. ଭେଙ୍କେଟେଶ୍ୱରଲୁ କହିଛନ୍ତି, ସାରା ବିଶ୍ୱ ଜାଣୁ କିଭଳି ଚାଲିଛି ରାଜ୍ୟର ସ୍ୱାସ୍ଥ୍ୟାବସ୍ଥା। ଆଉ କୌଣସି ପରିବାର ମୋ ଭଳି ଶିକାର ନହୁଅନ୍ତୁ ସେ ପାଇଁ କଷ୍ଟ ହେଉଥିଲେ ମଧ୍ୟ ଭିଡିଓଟିକୁ ଶେଆର କରିଛି।

ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆକ୍ରାନ୍ତ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ହାର୍ଟ ଆଟାକ ପାଇଁ ତାଙ୍କର ମୃତ୍ୟୁ ହୋଇଛି। ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡକ୍ଚର ମେହବୁବା ଖାନ୍ କହିଛନ୍ତି, ଆକ୍ରାନ୍ତ ଜଣଙ୍କ ଭେଣ୍ଟିଲେଟରରେ ଭର୍ତ୍ତି ହୋଇନଥିଲେ। ତେଣୁ ଭେଣ୍ଟିଲେଟରରୁ କେଉଁଠୁ କଢ଼ା ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ରବି କୁମାର ମାୟୋକାରଡିଟିସ (ଏକ ପ୍ରକାର ଛାତି ରୋଗ)ରେ ଆକ୍ରାନ୍ତ ଥିଲେ।

ସୂଚନାଯୋଗ୍ୟ, ମୃତକଙ୍କ ସ୍ତ୍ରୀ ସହିତ ୧୨ ବର୍ଷର ଝିଅ ଏବଂ ୯ ବର୍ଷର ପୁଅ ରହିଛି। ସାଉଦି ଆରବରେ ୧୦ ବର୍ଷ ଧରି କାମ କରିବା ପରେ ଦୁଇ ବର୍ଷ ହେବ ନିଜ ରାଜ୍ୟକୁ ଫେରିଥିଲେ। ଜୁନ୍ ୨୩ରେ ରବି କୁମାର ନିଃଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ୧୧ଟି ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସମସ୍ତେ ଭର୍ତ୍ତି କରିବା ପାଇଁ ମନା କରିଥିଲେ। ଏହାପରେ ଚେଷ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

The post ଗୁଡ଼ ବାଏ ଡାଡି…. ମୃତ୍ୟୁ ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସେଲଫି ଭିଡିଓ appeared first on Odisha Reporter.



from Odisha Reporter https://ift.tt/3g8jpdu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages