ଯାଜପୁର(ଗୁଲାମ ଗସ୍): ବିଚ୍ ରାସ୍ତାରେ ଜଣେ ମହିଳାଙ୍କୁ ଅମାନୁଷିକ ଭାବରେ ମାଡ଼ ମରାଯାଉଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମାଡ଼ ଖାଉଥିବା ମହିଳାଜଣଙ୍କ ଭାଇ ବୋହୂ ହୋଇଥିବା ବେଳେ ମାଡ଼ ମାରୁଥିବା ପୁରୁଷଜଣକ ସମ୍ପର୍କୀୟ ଦେଢ଼ଶୁର ବୋଲି ଜଣାପଡିଛି। ଯାଜପୁର ଜିଲ୍ଲା ନୂଆପାଟଣା ଗାଁରେ ଏପରି ନିନ୍ଦନୀୟ ଘଟଣା ଘଟିଛି।
କୌଣସି କାରଣକୁ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଝଗଡ଼ା ଲାଗିରହିଥିଲା। ଏହାକୁ ଭାଇବୋହୂ ବିରୋଧ କରିବାରୁ ଦେଢ଼ଶୁର ତାଙ୍କୁ ଗତ ରବିବାର ବିଚ୍ ରାସ୍ତାରେ ଘୋଷାରି ଘୋଷାରି ପିଟିଥିଲେ। ଏହି ଘଟଣା ଘଟିବା ସମୟରେ ସେଠାରେ ବହୁ ଲୋକ ଉପସ୍ଥିତ ଥିଲେ ମଧ୍ୟ କେହି ଏହାକୁ ବିରୋଧ କରି ନଥିଲେ।
ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍ କେବଳ ୨ଟି ମାମଲା ରୁଜୁ କରି ଚୁପ୍ ବସିଛି। ତେବେ ଜଣେ ମହିଳାଙ୍କ ପ୍ରତି ଏପରି ଅମାନୁଷିକ ବ୍ୟବହାର ଦେଖାଇଥିବା ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
from Odisha Reporter https://ift.tt/2MGQBw7
No comments:
Post a Comment