ଶୌଚ ପାଇଁ ଯାଉଥିଲେ, ଦଳି ଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ଶୌଚ ପାଇଁ ଯାଉଥିଲେ, ଦଳି ଦେଲା ହାତୀ

ବାରିପଦା(ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର କୁକୁଡ଼ାଯୋଡ଼ି ଗାଁରେ ହାତୀ ଆକ୍ରମଣଣେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚତୁର୍ଭୁଜ ନାୟକ (୬୦)।

ଆଜି ସକାଳେ ଚତୁର୍ଭୁଜ ଶୌଚ ହେବା ପାଇଁ ଗାଁ ମୁଣ୍ଡକୁ ଯାଉଥିବା ବେଳେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେଠାରେ ହାତୀ ତାଙ୍କୁ ଦଳି ଦେଇଥିଲା। ଏନେଇ ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହିତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ପାଖରେ ହାତୀପଲ ରହିଛନ୍ତି। ତେଣୁ ମୃତଦେହ ଉଦ୍ଧାର କରାଯାଇ ପାରି ନାହିଁ। ଗାଁ ଲୋକଙ୍କ ସହିତ ମିଶି ବନ ବିଭାଗ କର୍ମଚାରୀମାନେ ହାତୀପଲକୁ ଘୋଉଡ଼ାଇବାକୁ ପ୍ରୟାସ କରୁଛନ୍ତି।

ଗତକାଲି ରାତିରେ ଗାଁ ମୁଣ୍ଡରେ ୫ଟି ହାତୀ ଏବଂ ଦୁଇଟି ଛୁଆ ହାତୀ ରହିଥିଲେ। ଏହି ହାତୀପଲ କୁଲଡ଼ିହା ଅଭୟାରଣ୍ୟରୁ ଆସିଥିବା କୁହାଯାଉଛି।



from Odisha Reporter https://ift.tt/2XHDKAd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages