ସୀମାରେ ସ୍ଥିତି ବିଗୁଡ଼ୁଛି, ନୂଆ ଆଉଟପୋଷ୍ଟ ତିଆରି କଲା ନେପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ସୀମାରେ ସ୍ଥିତି ବିଗୁଡ଼ୁଛି, ନୂଆ ଆଉଟପୋଷ୍ଟ ତିଆରି କଲା ନେପାଳ

ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ ତୀବ୍ର ହେବାରେ ଲାଗିଛି। ନେପାଳ ସରକାର ନୂଆ ମ୍ୟାପକୁ ଅନୁମୋଦନ ଦେବା ଓ ବିହାର ସୀମାନ୍ତରେ ନେପାଳୀ ପୁଲିସ୍‌ ପକ୍ଷରୁ ଗୁଳିମାଡ଼ କରାଯିବା ପରେ ସ୍ଥିତି ବିଗିଡ଼ିବା ଆରମ୍ଭ ହୋଇଛି। ଏବେ ଭାରତ-ନେପାଳ ସୀମାନ୍ତରେ ଥିବା ପିଲାର ଗୁଡ଼ିକ ଗାଏବ ହୋଇଯାଇଛି।

ଏ ସମ୍ପର୍କରେ ସୀମା ସଶସ୍ତ୍ର ବଲ(ଏସଏସ୍‌ବି) ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ପିଲାର ଗାଏବ ହୋଇଥିବା ଉତ୍ତର ପ୍ରଦେଶର ଲକ୍ଷୀପୁର ଖେରି ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଅବଗତ କରାଯାଇଛି। ଏହି ପିଲାର ବା ପୋଷ୍ଟଗୁଡ଼ିକ ଦୁଇ ଦେଶ ମଧ୍ୟରେ ସୀମାକୁ ଭାଗବାଣ୍ଟିଥାଏ।

ଅନ୍ୟପକ୍ଷରେ ନେପାଳ ପକ୍ଷରୁ ଏହି ଅଞ୍ଚଳରେ ୫ଟି ନୂଆ ଆଉଟ ପୋଷ୍ଟ ନିର୍ମାଣ କରାଯାଇଛି। ଏଠାରେ ନେପାଳ ସୁରକ୍ଷାକର୍ମୀଙ୍କ ସଶସ୍ତ୍ର ପ୍ରହରୀ ବଳ ମଧ୍ୟ ମୁତୟନ ହୋଇଛନ୍ତି। ନେପାଳର ଏପରି ବହପ ଦେଖି ଭାରତ ମଧ୍ୟ ସୀମାନ୍ତରେ ହାଇଆଲର୍ଟ ଜାରି କରିଛି। ସେହିପରି ପ୍ୟାଟ୍ରୋଲିଂକୁ ମଧ୍ୟ ଜୋରଦାର କରାଯାଇଛି।

ଲକ୍ଷୀପୁର ଖେରି ଜିଲ୍ଲାରେ ଏସଏସବି ନେପାଳକୁ ଲାଗିଥିବା ପ୍ରାୟ ୬୨.୯ କିମି ଅଞ୍ଚଳକୁ ଜଗି ରହିଛି। ନିକଟରେ ଏହି ସବୁ ଅଞ୍ଚଳରୁ ପିଲାରଗୁଡ଼ିକ ଗାଏବ ହୋଇଯାଇଥିବା ସମ୍ପର୍କରେ ଏସଏସବି କମାଣ୍ଡାଣ୍ଟ ମୁନା ସିଂହ ଖେରି ଜିଲ୍ଲା ମାଜିଷ୍ଟ୍ରେଟ ଶୈଳନ୍ଦର ସିଂହଙ୍କୁ ଚିଠି ଲେଖି ଅବଗତ କରାଇଥିଲେ।

ଖେରି ଜିଲ୍ଲା ସହ ନେପାଳର କାଇଲାଲି ଓ କାଞ୍ଚନପୁର ସୀମା ଲାଗି ରହିଛି। ତେବେ ଏହି ସୀମାରୁ କେତେ ପିଲାର ଗାଏବ ହୋଇଛି, ସେ ସମ୍ପର୍କରେ ଏସଏସବି ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନାହିଁ।



from Odisha Reporter https://ift.tt/2XZwuzK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages