ଭାରତକୁ ଜାତିସଂଘରେ ବଡ଼ ପଦବୀ, ମିଳିଲା ଏହି ମାନ୍ୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 17, 2020

ଭାରତକୁ ଜାତିସଂଘରେ ବଡ଼ ପଦବୀ, ମିଳିଲା ଏହି ମାନ୍ୟତା

ମିଳିତ ଜାତିସଂଘ: ବିଶ୍ୱ ଦରବାରରେ ଭାରତକୁ ବଡ଼ ମାନ୍ୟତା ମିଳିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛି। ଦୁଇ ବର୍ଷ ଧରି ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଏହି ମାନ୍ୟତା ପାଇବ।

ଗତକାଲି ହୋଇଥିବା ଭୋଟିଂ ପ୍ରକ୍ରିୟାରେ ଜାତିସଂଘର ୧୯୩ ଦେଶ ମଧ୍ୟରୁ ଭାରତକୁ ଅସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରିବା ସପକ୍ଷରେ ୧୮୪ ଭୋଟ ପଡ଼ିଛି। ଫଳରେ ଭାରତ ବେଶ ଆରାମରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇଯାଇଛି।

ଭାରତ ବ୍ୟତୀତ ଆୟର୍ଲ୍ୟାଣ୍ଡ, ମେକ୍ସିକୋ ଓ ନରୱେ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦକୁ ଆଗାମୀ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି।

ଜାତିସଂଘ ପକ୍ଷରୁ ଭୋଟିଂ ପରେ ଘୋଷଣା କରାଯାଇଛି ଯେ ଏସିଆ-ପେସିଫିକ କ୍ୟାଟାଗୋରୀରେ ଭାରତ ୨୦୨୧-୨୨ ବର୍ଷ ପାଇଁ ମନୋନୀତ ହୋଇଛି। ଏହି ଗ୍ରୁପ୍‌ର ଏକମାତ୍ର ସିଟ୍‌ ଭାବେ ଭାରତ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଓ ୧୮୪ ଭୋଟ ପାଇ ଭାରତ ଉକ୍ତ ପଦବୀକୁ ନିର୍ବାଚିତ ହୋଇଛି।

ଭାରତ ଏହି ପଦବ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏସିଆ-ପେସିଫିକ ଗ୍ରୁପ୍‌ର ୫୫ଟି ଯାକ ଦେଶ ଏହାକୁ ସମର୍ଥନ କରିଥିଲେ। ଏଥିରେ ଚାଇନା ଓ ପାକିସ୍ତାନ ମଧ୍ୟ ରହିଥିଲେ। ଭାରତ ଏହା ପୂର୍ବରୁ ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ ଓ ଶେଷଥର ପାଇଁ ୨୦୧୧-୧୨ରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଥିଲା।

ଜାତିସଂଘର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହେବା ପାଇଁ ଭାରତକୁ ୧୨୯ ଖଣ୍ଡ ଭୋଟର ଆବଶ୍ୟକ ରହିଥିଲା। ହେଲେ ଭାରତ ସପକ୍ଷରେ ୧୮୪ ଖଣ୍ଡ ଭୋଟ ପଡ଼ିଛି।

୧୯୩ ଜଣ ସଦସ୍ୟଙ୍କୁ ନେଇ ଗଠିତ ମିଳିତ ଜାତିସଂଘର ସାଧାରଣ ସଭାର ୭୫ ତମ ଅଧିବେଶନ ବସିବାକୁ ଯାଉଛି। ଏହା ପୂର୍ବରୁ ରାଷ୍ଟ୍ରପତି, ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଏବଂ ଅର୍ଥନୀତିକ ଓ ସାମାଜିକ ପରିଷଦର ସଦସ୍ୟମାନଙ୍କୁ ମନୋନୀତ କରିବାକୁ ପ୍ରକ୍ରିୟା ଚାଲିଛି। ବୁଧବାର ଅସ୍ଥାୟୀ ସଦସ୍ୟଙ୍କ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା।



from Odisha Reporter https://ift.tt/3dcJN3W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages