ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ ଗୁଟୁଲି ମାଟୁ ନାଳ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି।
ଆଜି ଦାକାପଦର ଗାଁର କିଛି ମହିଳା ଛତୁ ତୋଳିବା ପାଇଁ ଜଙ୍ଗଲରୁ ଯାଇଥିବା ବେଳେ ହାତୀର ମୃତଦେହ ନାଳ ନିକଟରେ ପଡ଼ିଥିବା ଦେଖିଥିଲେ। ଏହାପରେ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ କରୁଛନ୍ତି। କିପରି ହାତୀର ମୃତ୍ୟୁ ଘଟିଲା ତାହା କାରଣ ଅସ୍ପଷ୍ଟ ରହିଛି। ତେବେ ମୃତ ହାତୀ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି।
from Odisha Reporter https://ift.tt/3hxd78S
No comments:
Post a Comment