ସୁଧ ଟଙ୍କାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଜଣଙ୍କୁ ହାଣିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 29, 2020

ସୁଧ ଟଙ୍କାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଜଣଙ୍କୁ ହାଣିଲେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ସୁଧ ଟଙ୍କା କାରବାରକୁ ନେଇ ହୋଇଛି ଗୋଷ୍ଠୀ ସଂଘର୍ଷ। ବାଲେଶ୍ୱର ସହରର ଦଉଡ଼ିଭଙ୍ଗା ଓ ମାଣିଖମ୍ବ ଗାଁର କିଛି ଯୁବକ ବଇଁଚା ଗାଁର କିଛି ଲୋକଙ୍କୁ ଗତକାଲି ବିଳମ୍ବିତ ରାତିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ସୁଧ ଟଙ୍କା କାରବାରକୁ ନେଇ ବଇଁଚା ଗାଁର ଜଣେ ଯୁବକ ଧରାଛୁଆଁ ଦେଉ ନ ଥିବା ବେଳେ  ଦଉଡ଼ିଭଙ୍ଗା ଓ ମାଣିଖମ୍ବ ଗାଁର କିଛି ଯୁବକ ତାଙ୍କୁ ଖୋଜୁଥିଲେ। ଗତକାଲି ରାତିରେ ଉଭୟ ଗାଁର ୧୦ରୁ ୧୨ ଯୁବକ ବଇଁଚା ଗାଁରେ ପଶି ଟଙ୍କା ନେଇଥିବା ଯୁବକଙ୍କୁ ପାଇ ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ଉକ୍ତ ଗାଁର ୫ ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

ସମସ୍ତ ୫ ଆହତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ ପୁଲିସ୍‌ କାହାକୁ ଏଯାଏଁ ଗିରଫ କରିନଥିବା ସୂଚନା ମିଳିଛି।   

 

The post ସୁଧ ଟଙ୍କାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଜଣଙ୍କୁ ହାଣିଲେ appeared first on Odisha Reporter.



from Odisha Reporter https://ift.tt/2YKsdRa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages