ମନ୍ କି ବାତ୍: ‘ସୀମା ସୁରକ୍ଷାରେ ଆଦୌ ସାଲିସ୍ କରାଯିବନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

ମନ୍ କି ବାତ୍: ‘ସୀମା ସୁରକ୍ଷାରେ ଆଦୌ ସାଲିସ୍ କରାଯିବନି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଲଦଖସ୍ଥିତ ଗଲଓ୍ୱାନ ଘାଟିରେ ଚୀନ ସହ ତିକ୍ତତା ବୃଦ୍ଧି, କରୋନା ସଙ୍କଟ ପ୍ରସଙ୍ଗ, ଦେଶରେ ମୌସୁମୀ ଆଗମନ ସମେତ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ନିଜ ମନ କଥା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୌଣସି ମିଶନ ଜନ ସମର୍ଥନ ବିନା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ଏଣୁ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ଦିଗରେ ଆମ ସମସ୍ତଙ୍କର ନିଷ୍ଠା, ସଙ୍କଳ୍ପ, ସମର୍ପଣ ଏବଂ ସହଯୋଗ ଅତ୍ୟନ୍ତ ଜରୁରୀ ଅଟେ। ଆପଣ ଲୋକାଲ୍ ପଦାର୍ଥ କିଣିବେ, ଲୋକାଲଙ୍କ ପାଇଁ ଭୋକାଲ ହେବେ। ଏହା ବି ଦେଶ ପାଇଁ ଏକ ପ୍ରକାର ସେବା ଅଟେ। ଭାରତ ସ୍ୱାଭିମାନ ଏବଂ ସାର୍ବଭୌମତ୍ୱ ରକ୍ଷା କରିବା ହେଉଛି ଦେଶର ସଙ୍କଳ୍ପ। ଆତ୍ମନିର୍ଭର ଭାରତ ନିର୍ମାଣ ହେଉଚି ଦେଶର ଲକ୍ଷ୍ୟ। ଭାରତର ପରମ୍ପରା ହେଉଛି ବିଶ୍ୱାସ, ମିତ୍ରତା। ଆଉ ଭାରତର ଭାବ ହେଉଛି ବନ୍ଧୁତା। ଆମେ ଏହି ସବୁ ଆଦର୍ଶ ସହ ଆଗକୁ ବଢ଼ିଚାଲିବା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ମୋଦି କହିଛନ୍ତି, ସୀମା ସୁରକ୍ଷାରେ ଆଦୌ ସାଲିସ୍ କରାଯିବନି। ଲଦାଖରେ ଭାରତର ଭୂମି ଉପରେ ଆଖି ଉଠାଇ ଦେଖିବା ଲୋକକୁ ଆମ ଯବାନ ଉଚିତ୍ ଜବାବ ଦେଇଛନ୍ତି। ଭାରତ ବନ୍ଧୁ ବଜାୟ ରଖିବା ଜାଣେ, ଆଉ ଆଖିରେ ଆଖି ମିଶାଇ ଦେଖିବା ଓ ଉଚିତ୍ ଜବାବ୍ ଦେବା ମଧ୍ୟ ଜାଣିଛି। ଲଦାଖରେ ଆମ ଯବାନ ଶହିଦ ହୋଇଛନ୍ତି। ସେମାନଙ୍କ ବୀରତ୍ୱକୁ ସମଗ୍ର ଜାତି ପ୍ରଣାମ କରୁଛି, ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଶହିଦଙ୍କ ପରିବାର ସମେତ ପ୍ରତ୍ୟେକ ଭାରତୀୟ ଏମାନଙ୍କୁ ହରାଇ କଷ୍ଟ ଅନୁଭବ କରୁଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ଯେତେବେଳେ ଗୋଟିଏ ପଟେ ଦେଶରେ ବଡ଼ ବଡ଼ ସଙ୍କଟ ଆସିଛି, ଅନ୍ୟପଟେ ସବୁ ବାଧାବିଘ୍ନକୁ ଦୂରେଇ ଅନେକ ସୃଜନ ମଧ୍ୟ ସୃଷ୍ଟି ହୋଇଛି। ନୂତନ ସାହିତ୍ୟ, ଅନୁସନ୍ଧାନ, ସିଦ୍ଧାନ୍ତ ସୃଷ୍ଟି ହୋଇଛି। ଚଳିତ ବର୍ଷ ଦେଶ ନୂଆ ଲକ୍ଷ୍ୟ ହାସଲ କରିବ। ନୂଆ ଉଡ଼ାଣ ଭରିବ। ନୂତନ ଶୀର୍ଷକୁ ଛୁଇଁବ। 130 କୋଟି ଦେଶବାସୀଙ୍କ ଶକ୍ତି ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଆମ ଦେଶର ପରମ୍ପରା ମହାନ ବୋଲି ମୋଦି କହିଛନ୍ତି।

ବର୍ଷରେ ଗୋଟିଏ ଚ୍ୟାଲେଞ୍ଜ ଆସୁ ବା 50ଟି। ନମ୍ୱର ଅଧିକ ହେଉ ବା କମ୍। ସେହି ବର୍ଷ ଖରାପ ହୋଇଯାଏ ନାହିଁ। ଭାରତର ଇତିବାସ କହୁଛି, ବିପର୍ଯ୍ୟୟ ଓ ଆହ୍ୱାନକୁ ଜିତିବା ଏବଂ ଆଉରି ଚମକିବା। ଶହ ଶହ ବର୍ଷ ଯାଏ ଭିନ୍ନ ଭିନ୍ନ ଆକ୍ରମଣକାରୀ ଭାରତକୁ ଆକ୍ରମଣ କରିଛନ୍ତି। ଲୋକଙ୍କୁ ଲାଗୁଥିଲା ଭାରତର ସଂରଚନା ହିଁ ନଷ୍ଟ ହୋଇଯିବ। କିନ୍ତୁ ଏହି ସଙ୍କଟ ଯୋଗୁ ଭାରତ ଆହୁରି ଭବ୍ୟ ରୂପ ନେଇ ଛିଡ଼ା ହେଲା ବୋଲି ମୋଦି କହିଛନ୍ତି।

ମୋଦି ଆହୁରି କହିଛନ୍ତି, ଏ ସବୁ ପରିସ୍ଥିତିରେ ଆମର କିଛି ପଡ଼ୋଶୀ ଯାହା କରୁଛନ୍ତି ଦେଶ ସେହି ପରିସ୍ଥିତି ସହ ମଧ୍ୟ ଲଢ଼ୁଛି। ପ୍ରକୃତରେ ଏକାସଙ୍ଗରେ ଏତେସବୁ ବିପତ୍ତି, ଏହି ସ୍ତରର ବିପତ୍ତି କ୍ୱଚିତ୍ ଦେଖିବାକୁ ଓ ଶୁଣିବାକୁ ମିଳିଥାଏ। ଏବେ କିଛି ଦିନ ତଳେ ପୂର୍ବ ଭାରତରେ ବାତ୍ୟା ଅମ୍ଫାନ ଆସି ତାଣ୍ଡବ କଲେ। ପଶ୍ଚିମ ପଟେ ଘୂର୍ଣ୍ଣଝଡ଼ ନିସର୍ଗ ଆସି ତାଣ୍ଡବ କଲା। ଅନେକ ରାଜ୍ୟର କୃଷକ ଭାଇମାନେ ପଙ୍ଗପାଳ ଦଳ ପାଇଁ ଚିନ୍ତାରେ ଅଛନ୍ତି। ଅନ୍ୟପଟେ ଦେଶର ଅଧିକାଂଶ ଅଞ୍ଚଳରେ ଛୋଟ-ଛୋଟ ଭୂମିକମ୍ପ ମଧ୍ୟ ଲାଗି ରହିଛି।

ସେହିପରି ମୋଦି କହିଛନ୍ତି, ପ୍ରିୟର ଦେଶବାସୀ, କରୋନା ସଙ୍କଟ କାଳରେ ଦେଶ ଲକଡାଉନ ପରିସ୍ଥିତିରୁ ବାହାରି ଆସିଛି। ଏବେ ଆମେ ଅନଲକ୍ ସ୍ତରରେ ଅଛନ୍ତି। ଏହି ସମୟରେ ଦୁଇଟି ବିଷୟରେ ସର୍ବାଧିକ ଧ୍ୟାନ ଦେବା ଉଚିତ୍। ପ୍ରଥମତଃ କରୋନାକୁ ହରାଇବା, ଦ୍ୱିତୀୟତଃ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା। ଅନଲକ୍ ପର୍ଯ୍ୟାୟରେ ଲକଡାଉନଠାରୁ ମଧ୍ୟ ଅଧିକ ସତର୍କ ରହିବାକୁ ପଡ଼ିବ। ଆପଣମାନଙ୍କ ସତର୍କତା ହିଁ ଆପଣମାନଙ୍କୁ କରୋନା ସଂକ୍ରମଣଠାରୁ ରକ୍ଷାଦେବ। ଏହି କଥା ସର୍ବଦା ମନେ ରଖିବା ଆବଶ୍ୟକ ଯେ, ଆପଣ ଯଦି ମାସ୍କ ପିନ୍ଧିବେ ନାହିଁ, ଦୁଇ ମିଟର ଦୂରତାର ପାଳନ କରିବେ ନାହିଁ, ତେବେ ଆପଣ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ସଙ୍କଟରେ ପକାଇବେ।

The post ମନ୍ କି ବାତ୍: ‘ସୀମା ସୁରକ୍ଷାରେ ଆଦୌ ସାଲିସ୍ କରାଯିବନି’ appeared first on Odisha Reporter.



from Odisha Reporter https://ift.tt/2YEF72T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages