‘ଅନ୍‌ଲକ୍‌-୧’ରେ ଏକାଠି ସମୟ ବିତାଉଛନ୍ତି ଓଲିଉଡ୍‌ କଳାକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

‘ଅନ୍‌ଲକ୍‌-୧’ରେ ଏକାଠି ସମୟ ବିତାଉଛନ୍ତି ଓଲିଉଡ୍‌ କଳାକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକ୍‌ଡାଉନ୍‌ ପରେ ଜୁନ୍‌ ପହିଲାରୁ ଦେଶରେ ‘ଅନ୍‌ଲକ୍‌-୧’ ଆରମ୍ଭ ହୋଇଥିଲା, ଯାହା ଏବେ ବି ଚାଲିଛି। ‘ଅନ୍‌ଲକ୍‌-୧’ରେ ଲକ୍‌ଡାଉନ୍‌ ବେଳର ଅନେକ କଟକଣା ଉଠିଯାଇଛି। ତେବେ ସାମାଜିକ ଦୂରତା ରକ୍ଷା କରିବାକୁ ପୂର୍ବବତ୍ ପରାମର୍ଶ ଦିଆଯାଇଛି। ‘ଅନ୍‌ଲକ୍‌-୧’ ଆରମ୍ଭ ହେବା ପରଠାରୁ ଅନ୍ୟମାନଙ୍କ ପରି ଓଲିଉଡ୍‌ କଳାକାରମାନଙ୍କ ମଧ୍ୟରୁ କେହି କେହି ଘରୁ ବାହାରି ସାଙ୍ଗସାଥୀଙ୍କ ସହ ସମୟ ବିତାଉଛନ୍ତି। ନିକଟରେ ପ୍ରକୃତି ମିଶ୍ର ତାଙ୍କ ସାଙ୍ଗ ଏବଂ ଓଲିଉଡ୍‌ର ଅନ୍ୟ କିଛି ଅଭିନେତ୍ରୀଙ୍କ ସହ ସମୟ ବିତାଇଥିଲ। ଏହାର ଫଟୋ ସେ ତାଙ୍କର ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଏହି ଫଟୋରେ ପ୍ରକୃତିଙ୍କ ସହ ଅଭିନେତ୍ରୀ ପୁନମ୍‌ ମିଶ୍ର, ନିହାରିକା ଦାସ ଓ ପ୍ରିୟା ଚୌଧୁରୀଙ୍କୁ ଦେଖିବାକୁ ମିଳିଛି। ଏହି ଫଟୋ ଶେଆର କରି ପ୍ରକୃତି କ୍ୟାପସନ୍‌ରେ ‘ଏମ୍ପାୱାର୍ଡ ୱମେନ୍’‌ ଲେଖିଛନ୍ତି।

ପ୍ରକୃତିଙ୍କ ଏହି ଫଟୋ ଦେଖିବା ପରେ ଇନ୍‌ଷ୍ଟାଗ୍ରାମ୍ ୟୁଜରମାନେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ଅଭିନେତ୍ରୀମାନେ ଏମିତି ସାଙ୍ଗସାଥୀ ହୋଇ ଏକାଠି ସମୟ ବିତାଇବାକୁ କିଛି ଲୋକ ବିରୋଧ କରି ପ୍ରତିକ୍ରିୟା ଦେଇଛନ୍ତି। ଆଉ କିଛି ଏହି କଳାକାରମାନଙ୍କୁ ଏକାଠି ଦେଖି ଖୁସି ପ୍ରକଟ କରିଛନ୍ତି।

ସେହିପରି ଗତ କିଛି ଦିନ ତଳେ କେତେ ଜଣ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ଘରେ ଏକାଠି ହୋଇଥିଲେ। ଝିଲିକ୍‌ ତାଙ୍କ ବିବାହ ପରେ ଲକ୍‌ଡାଉନ୍‌ ପାଇଁ କୌଣସି ସେଲିବ୍ରେସନ୍‌ କରିପାରି ନଥିଲେ। ତେଣୁ ଏହି ଅଭିନେତ୍ରୀମାନଙ୍କୁ ଡାକି ଘରେ ସେଲିବ୍ରେସନ୍ କରିଥିଲେ। ଏଥିରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ, ପୁନମ୍‌, ନିହାରିକା, ଶିବାନୀ, ଭୂମିକା, ଦେବଜାନୀ, ରିଆ, ପ୍ରିୟା ଓ ଅନିଶା ପ୍ରମୁଖ ସାମିଲ ହୋଇଥିଲେ। ଅଭିନେତା ଶୁଭାଶିଷ‌ ବି‌ ଏହି ସେଲିବ୍ରେସନ୍‌ରେ ସାମିଲ୍‌ ହୋଇଥିଲେ। ଏହାର ଫଟୋକୁ ଏହି କଳାକାରମାନେ ସେମାନଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଶେଆର କରିଛନ୍ତି। ଝିଲିକ୍‌ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରିଛନ୍ତି।

 

 

The post ‘ଅନ୍‌ଲକ୍‌-୧’ରେ ଏକାଠି ସମୟ ବିତାଉଛନ୍ତି ଓଲିଉଡ୍‌ କଳାକାର appeared first on Odisha Reporter.



from Odisha Reporter https://ift.tt/2ZjXcT9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages