ରାତ୍ରକାଳୀନ କର୍ଫ୍ୟୁ ସମୟରେ ଜୋରଦାର ହେଲା ଚେକିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 1, 2020

ରାତ୍ରକାଳୀନ କର୍ଫ୍ୟୁ ସମୟରେ ଜୋରଦାର ହେଲା ଚେକିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ଗତକାଲିଠୁ ପୁଣି ଥରେ ରାତ୍ରକାଳୀନ କର୍ଫ୍ୟୁ କଟକଣାକୁ ବଳକତ୍ତର ରଖାଯାଇଛି। ମେ’ ୩୧ରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହେବା ପରେ ଏହି କଟକଣା କୋହଳ କରାଯିବ ବୋଲି ଆଲୋଚନା ହେଉଥିବା ବେଳେ ଜୁନ୍‌ ମାସ ସାରା ଏହି କଟକଣା ବଳବତ୍ତର ରହିବ ବୋଲି ଗତକାଲି ପୁଲିସ୍‌ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଫଳରେ ଜୁନ୍‌ ମାସ ସାରା ରାତି ୭ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହି ନିର୍ଦ୍ଦେଶ ଜାରି ହେବା ପରେ ଟ୍ୱିନ୍ ସିଟି- କଟକ ଓ ଭୁବନେଶ୍ୱରରେ ଗତକାଲି ସନ୍ଧ୍ୟାରୁ ଚେକିଂକୁ ଜୋରଦାର କରାଯାଇଛି।

ଏହି କର୍ଫ୍ୟୁ ନିୟମକୁ ବିମାନ କିମ୍ବା ଟ୍ରେନରେ ଯା’ଆସ କରୁଥିବା ଯାତ୍ରୀଙ୍କ ନିମନ୍ତେ କୋହଳ କରାଯାଇଛି। ନିଜ ଟିକେଟ୍ ଦେଖାଇ ସେମାନେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇପାରିବେ ବୋଲି କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ସେହିପରି ବସ୍‌ଯାତ୍ରୀଙ୍କ କ୍ଷେତ୍ରରେ ବି କର୍ଫ୍ୟୁ କଟକଣା କୋହଳ କରାଯାଇଛି। ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ମାଲବାହୀ ଗାଡ଼ି ଯା’ଆସ କରିପାରିବ ବୋଲି କମିଶନରେଟ୍ ପୁଲିସ୍‌ ପକ୍ଷରୁ କୁହାଯାଇଛି। ୩୦ ଜୁନ ଯାଏଁ ଏହି ନିୟମ ବଳବତ୍ତର ରହିବ। ତେବେ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ବୋଲି କୁହାଯାଇଛି।



from Odisha Reporter https://ift.tt/2AsWqKH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages