ନିଖୋଜ ଝିଅର କ୍ରିୟାକର୍ମ କରିବାକୁ ବସିଥିଲେ ପରିବାର ଲୋକେ, ପୁଲିସ୍‌ କହିଲା ଏପରି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ନିଖୋଜ ଝିଅର କ୍ରିୟାକର୍ମ କରିବାକୁ ବସିଥିଲେ ପରିବାର ଲୋକେ, ପୁଲିସ୍‌ କହିଲା ଏପରି…

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବର୍ଷେ ତଳୁ ନିଖୋଜ ଝିଅର ପତ୍ତା ମିଳୁ ନ ଥିଲା। ଇତି ମଧ୍ୟରେ ଆଶାଆଶଙ୍କାରେ ଥିବା ପରିବାର  ଲୋକ ମନ ଭିତରେ କୋହକୁ ଚାପି ରଖି ଝିଅର ଅନ୍ତେଷ୍ଟି କ୍ରିୟା କରିବାକୁ ବସିଥିଲେ। ହେଲେ ଏହି ସମୟରେ ଆସିଥିବା ପୁଲିସ୍‌ ପହଞ୍ଚି ଦେଇଥିବା ଖବର ଦୁଃଖ ପାହାଡ଼ ତଳେ ଚାପି ହୋଇ ରହିଥିବା ପରିବାର ସଦସ୍ୟଙ୍କ ମୁହଁରେ ଫୁଟାଇ ପାରିଛି ଚେନାଏ ହସ । ଝିଅ ବଞ୍ଚିଥିବା ଖବର ପାଇ ପରିବାର ଲୋକଙ୍କ ଖୁସି ଆଉ ବନ୍ଧବାଡ଼ ମାନୁନି। ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରଣରେ ଘଟିଛି।

ବର୍ଷେ ତଳୁ ଚମ୍ପାଝରଣର ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ।  ରାତିରେ ଶୋଇଥିବା ବେଳେ ସକାଳୁ ଆଉ ଝିଅକୁ ପାଇଲେନି ପରିବାର ଲୋକ। ବହୁ ଆଡ଼େ ଖୋଜାଖୋଜି କରି ନୟାନ୍ତ ହୋଇପଡ଼ିଲେ।  ତଥାପି ଝିଅ ଫେରିବ ବୋଲି ଆଶା ଛାଡ଼ି  ନଥିଲେ। ହେଲେ କିଛିଦିନ ପୂର୍ବେ  ଝିଅ ମୃତ ବୋଲି ଘର ଲୋକ ଖବର ପାଇଲେ ।

ଏହାପରେ ମନ ଭିତରେ କୋହକୁ ଚାପି ରଖି ଝିଅର କ୍ରିୟାକ୍ରମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। କିନ୍ତୁ ଇତି ମଧ୍ୟରେ ପୁଲିସ୍‌ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ଦେଇଥିବା ଖବର ପାଇ ସେମାନଙ୍କ ମଧ୍ୟରେ ପୁଣି ଥରେ ଝିଅ ଫେରିବ ବୋଲି ଆଶା ଉଜ୍ଜୀବିତ ହୋଇଛି।

ଗୁରୁବାର ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି ନାବାଳିକାକୁ ଉଦ୍ଧାର କରି ସୁନ୍ଦରଗଡ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରାମ ଚନ୍ଦ୍ର ବେହେରାଙ୍କୁ ଖବର ଦେଇଥିଲେ । ରାମଚନ୍ଦ୍ର ବେହେରା ଏ ବାବଦରେ ଚାନ୍ଦିପୋଷ ପୁଲିସ୍‌କୁ  ଖବର ଦେବାପରେ ପୁଲିସ୍‌ ଗ୍ରାମରେ ପହଞ୍ଚି ଘର ଲୋକଙ୍କୁ ଫଟୋ ଦେଖାଇଥିଲେ। ଝିଅ ଜୀବିତ ଅଛି ବୋଲି ପରିବାର ଲୋକେ ପ୍ରଥମେ ବିଶ୍ୱାସ କରି ପାରି ନ ଥିଲେ ମଧ୍ୟ ଉକ୍ତ ଫଟୋଟି ତାଙ୍କ ଝିଅର ବୋଲି ସ୍ପଷ୍ଟ କରିଥିଲେ।

ଝିଅ କିପରି ଓ କେଉଁଠି ଥିଲା ସେ ନେଇ ପରିବାର ଲୋକେ କିଛି ଜାଣି ନ ଥିବା ବେଳେ  ଏବେ  ଝିଅର ଫେରିବା ବାଟକୁ ଅନାଇ ବସିଛନ୍ତି।



from Odisha Reporter https://ift.tt/2zWL95D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages