ଚୀନ୍‌କୁ ଟପିଯିବ ମହାରାଷ୍ଟ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ଚୀନ୍‌କୁ ଟପିଯିବ ମହାରାଷ୍ଟ୍ର

ମୁମ୍ବାଇ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖା ୨,୩୬,୬୫୭ରେ ପହଞ୍ଚି ଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ୧,୧୪,୦୭୨ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୬,୬୪୨ ଜଣ ପ୍ରାଣ ହରାଇଛନ୍ତି।

ଦେଶରେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ଟପି ସାରିଛି। ଶନିବାର ସୁଦ୍ଧା ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦, ୨୨୯ରେ ପହଞ୍ଚିଛି। ମହାରାଷ୍ଟ୍ରରେ ୨,୮୪୯ ଜଣଙ୍କ ମୃତ୍ୟୁ ଘଟିସାରିଥିବା ବେଳେ ୩୫, ୧୫୬ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଯେଉଁ ହାରରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ସେଥିରୁ ସ୍ପଷ୍ଟ ହେଉଛି ଯେ ଖୁବ୍‌ଶୀଘ୍ର ଏହା ଚୀନ୍‌କୁ ମଧ୍ୟ ଟପି ଯିବ। ଚୀନରେ ୮୪ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ପଛକୁ ରହିଛନ୍ତି ତାମିଲନାଡୁ, ଦିଲ୍ଲୀ ଓ ଗୁଜରାଟ। ତାମିଲନାଡୁରେ ୨୮,୬୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫,୭୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୩୨ ଜଣଙ୍କ ମୃତ୍ୟୁ ଘଟିଛି।

ଦିଲ୍ଲୀରେ ଆଜି ସୁଦ୍ଧା ୨୬,୩୩୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦,୩୧୫ ସୁସ୍ଥ ହୋଇସାରିଛନ୍ତି। ଏଠାରେ ୭୦୮ ଜଣଙ୍କର ମୃତ୍ୟୁ ହୋଇଛି।

ଗୁଜରାଟରେ ୧୯,୦୯୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୩,୦୦୩ ଜଣ ସୁସ୍ଥ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ୧୧୯୦ ରହିଛି, ଯାହା ଦିଲ୍ଲୀ ଠାରୁ ଅଧିକ।

ରାଜସ୍ଥାନରେ ୧୦,୦୮୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭,୩୫୯ ସୁସ୍ଥ ହୋଇସାରିଛନ୍ତି। ଏଠାରେ ୨୧୮ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୯୬ରେ ପହଞ୍ଚିଥିବା ବେଳେ ୩୮୪ ଜଣଙ୍କ ମୃତ୍ୟୁ ଘଟିଛି। ୫,୮୭୮ ଜଣ ସୁସ୍ଥ ହୋଇସାରିଛନ୍ତି।

ଉତ୍ତର ପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୩୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫,୬୪୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୫୭ ଜଣଙ୍କ ମୃତ୍ୟୁ ହୋଇସାରିଛି।



from Odisha Reporter https://ift.tt/3dHiDnc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages