ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଆଣ୍ଡ ଟେକ୍ନୋଲୋଜି ବା ବିପିୟୁଟି ଏବଂ ଭିସୁଟ୍ ଅଧିନରେ ଥିବା ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। କିନ୍ତୁ ଏଥିରେ ସାମାନ୍ୟ ବ୍ୟତିକ୍ରମ କରାଯାଇଛି। କରୋନା କଟକଣାକୁ ଆଖି ଆଗରେ ରଖି ଅଫଲାଇନ୍ ପରିବର୍ତ୍ତେ ଅନଲାଇନ୍ରେ ଶେଷବର୍ଷର ସମସ୍ତ କୋର୍ସ ପାଇଁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀ ନିଜ ଘରେ ରହି ଏହି ପରୀକ୍ଷା ଦେବେ। ୟୁଜିସି ଏବଂ AICTE ପକ୍ଷରୁ ଅନଲାଇନ୍ ପରୀକ୍ଷା ନେଇ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ଏହି ପରୀକ୍ଷା ହେବ।
ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସିଗନାଲ ଠିକ୍ ଭାବେ ମିଳିବା ସମ୍ଭାବନା ନ ଥିବାରୁ ଏହାର ବିକଳ୍ପ ପନ୍ଥା ମଧ୍ୟ ନିର୍ଦ୍ଧାରିତ ହୋଇଛି। ଛାତ୍ରଛାତ୍ରୀ ନିଜ ଘର ନିକଟରେ ଥିବା ଶିକ୍ଷାନୁଷ୍ଠାନ, ITI, ପଲିଟେକନିକ୍, ବୈଷୟିକ କିମ୍ବା ବୃତ୍ତିଗତ ଶିକ୍ଷାନୁଷ୍ଠାନର ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟ୍ ସେବା ବ୍ୟବହାର କରିବାକୁ ବାଛି ପାରିବେ। ଏଥିଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସବୁ ଶିକ୍ଷାନୁଷ୍ଠାନମାନଙ୍କ ତାଲିକା ପ୍ରକାଶ କରାଯିବ। ଜିଲ୍ଲାରେ ସର୍ବନିମ୍ନ ଗୋଟିଏ ଶିକ୍ଷାନୁଷ୍ଠାନକୁ ଏଥିଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚୟନ କରିବେ।
ଯେଉଁ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ପରୀକ୍ଷା ଦେଇପାରିବେ ନାହିଁ, ସେମାନେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଅଫଲାଇନ୍ରେ ପରୀକ୍ଷା ଦେଇପାରିବେ। ଅନଲାଇନ୍ ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ଆରମ୍ଭ କରି ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2UZ5aiY
No comments:
Post a Comment