ନୂଆଦିଲ୍ଲୀ: ଲଦାଖର ଗଲୱାନ ଭ୍ୟାଲିରେ ଚାଇନା ଚଳାଇଥିବା ଷଡ଼ଯନ୍ତ୍ରକୁ ତୀବ୍ର ସମାଲୋଚନା କରିଛନ୍ତି ଭାରତର ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ। ଚାଇନା ଗଲୱାନରେ ଯେଉଁଭଳି ଭାବେ ନିଜର ବିସ୍ତାରବାଦୀ ନୀତିକୁ ଆପଣାଇବାକୁ ଚାହୁଁଛି, ତାହା ଗ୍ରହଣୀୟ ନୁହେଁ।
ଚାଇନା ସହ ଲଢ଼େଇ କରି ୨୦ ଜଣ ଯବାନ ସହିଦ ହୋଇଛି। ସହିଦଙ୍କ ଏହି ବଳିଦାନ କେବେ ହେଲେ ବୃଥା ଯିବନି। ଆମେ ସବୁ ପରସ୍ଥିତର ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି।
ହାଇଦ୍ରାବାଦ ଠାରେ ଅନୁଷ୍ଠିତ କମ୍ବାଇଡ୍ ଗ୍ରାଜୁଏସନ ପରେଡ(ସିଜିପି)ରେ ଯୋଗଦେଇ ବାୟୁସେନା ମୁଖ୍ୟ ଭଦୌରିଆ କହିଛନ୍ତି, “ଗଲୱାନ ଉପତ୍ୟକାରେ ଏଲଏସିର ସୁରକ୍ଷା ପାଇଁ ଲଢ଼େଇ କରି ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁ ଓ ତାଙ୍କ ଟିମ୍ ପାଇଁ ଆପଣମାନେ ସମସ୍ତେ ମୋ ସହ ପ୍ରାର୍ଥନା କରନ୍ତୁ।
ଭାରତର ଅଖଣ୍ଡତା ଓ ସାର୍ବଭୌମିତ୍ୱର ସୁରକ୍ଷା ପାଇଁ ବୀର ଯବାନମାନେ ବଳିଦାନ ଦେଇଛନ୍ତି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଛି। ମୁଁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ଯବାନମାନେ ଦେଇଥିବା ବଳିଦାନ କେବେ ହେଲେ ବୃଥା ଯିବନାହିଁ।
ଆମ ଦେଶର ସୁରକ୍ଷା ପାଇଁ ସେନା ବାହିନୀ ସର୍ବଦା ପ୍ରସ୍ତୁତ ଓ ସତର୍କ ରହିଛି। ବର୍ତ୍ତମାନ ଏଲଏସିରେ ଯାହା ବି ହେଉଛି, ସେକଥା ଏହାର ପ୍ରମାଣ ଦେଉଛୁ। କାରଣ ଖୁବ କମ ସମୟ ମଧ୍ୟରେ ଆମେ ସମସ୍ତ ପ୍ରକାରର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ସାରିଛୁ। ଗୋଟିଏ ପଟେ ମିଲିଟାରୀ ସ୍ତରରେ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ଚାଇନାର ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ।
ଏଲଏସିରେ ଶାନ୍ତି ସ୍ଥାପନ ପାଇଁ ଏବେ ସବୁ କିଛି କରାଯାଉଛି। ଆମର ଆଶା ସବୁ କିଛି ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହୋଇପାରିବ। ଗଲୱାନ ଭ୍ୟାଲିରେ ଚାଇନା ଯେଉଁ ଭଳି ଉତ୍ପାତ୍ତ କରୁଛି, ତା’କୁ କେବେ ହେଲେ ସହ୍ୟ କରାଯାଇ ପାରିବ ନାହିଁ।”
from Odisha Reporter https://ift.tt/3fKnt3F
No comments:
Post a Comment