ଶଟ୍‌ଡାଉନ୍‌ରେ ଚାଲିଥିଲା ବେପାର; ଧରା ପଡ଼ିଲା ୨୮ ଲକ୍ଷର ବ୍ରାଉନସୁଗର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ଶଟ୍‌ଡାଉନ୍‌ରେ ଚାଲିଥିଲା ବେପାର; ଧରା ପଡ଼ିଲା ୨୮ ଲକ୍ଷର ବ୍ରାଉନସୁଗର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶଟ୍‌ ଡାନ୍‌ରେ ବେଳେ ଜବତ ହୋଇଛି ୨୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର।  କଟକ ପୀରବଜାର ଅଞ୍ଚଳରୁ ବାଇକ୍‌ରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ଗତକାଲି ୨୭୫ ଗ୍ରାମର ବ୍ରାଉନ୍‌ସୁଗର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ  ।

ଅଭିଯୁକ୍ତଜଣକ କଟକ ଜିଲ୍ଲା ପଦ୍ମପୁର ଅଞ୍ଚଳର କର୍ଣ୍ଣଚନ୍ଦ୍ର ଦାସ । ସେ ଜଳେଶ୍ୱର, ବାଲେଶ୍ୱରରରୁ ବ୍ରାଉନ୍‌ସୁଗର ସଂଗ୍ରହ କରି ଏହାକୁ ଛୋଟ ଛୋଟ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି। ବାଇକ୍‌ରେ ବ୍ରାଉନ୍‌ସୁଗର ଚାଲାଣ ବେଳେ  ବିଶେଷ ସୂତ୍ରରୁ ଖବର ପାଇ  କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ  ଚଢ଼ଉ କରି ଏହାକୁ ଧରିବାରେ ସଫଳ ହୋଇଥିଲା । କର୍ଣ୍ଣଚନ୍ଦ୍ରଙ୍କୁ ପୁଲିସ୍‌ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ବ୍ରାଉନ୍‌ସୁଗର ଓ ବାଇକ୍‌ ଜବତ କରିଛି।

ଉଲ୍ଲେଖଯୋଗ୍ୟ ଯେ,  କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୪ ଦିନ ପୂର୍ବେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗର ଖୋର୍ଦ୍ଧାରୁ ଜବତ କରିଥିଲା। କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଏବେ ବ୍ରାଉନସୁଗରର ହବ୍‌ ପାଲଟିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ବିପୁଳ ପରିମାଣର ବ୍ରାଉନ୍‌ସୁଗର ଏଠାକୁ ଆସି କୋଟି କୋଟି ଟଙ୍କାର କାରବାର ହେଉଛି।



from Odisha Reporter https://ift.tt/3cHQmvl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages