ବାଘ ଓ ହରିଣ ଛାଲ ଜବତ, ଦୁଇ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ବାଘ ଓ ହରିଣ ଛାଲ ଜବତ, ଦୁଇ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଗଣିଆ ଅଞ୍ଚଳରୁ ଦୁଇଟି ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଜର ଏସ୍‌ଟିଏଫ୍। ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଜବତ ବାଘ ଛାଲ କଲରା ପତରିଆ ବାଘର ହୋଇଥିବା ଜଣାପଡ଼ିଛି।

ବେପାରୀମାନେ ବାଘ ଛାଲ ଓ ହରିଣ ଛାଲ ବିକ୍ରି କରିବା ପାଇଁ ଯୋଜନା କରୁଥିଲା ବେଳେ କ୍ରାଇମବ୍ରାଞ୍ଜର ଏସ୍‌ଟିଏଫ୍ ଟିମ୍‌ କୌଣସି ସୂତ୍ରରୁ ଖବର ପାଇଁ ଗଣିଆ ଅଞ୍ଚଳରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ବାଘ ଛାଲ ଓ ହରିଣ ଛାଲ ଜବତ କରିଥିଲା। ତେବେ ଦୁଇଟି ବାଘକୁ ଶିକାରୀମାନେ ଗୁଳି କରି ମାରି ଦେଇଥିବା ଜଣାପଡ଼ିଛି। ତେବେ କେଉଁ ଜଙ୍ଗଲରୁ ବାଘ ଓ ହରିଣ ଛାଲ ଶିକାର କରାଯାଇଛି, ତାହା ଜଣାପଡ଼ିନାହିଁ। କ୍ରାଇମବ୍ରାଞ୍ଜ ଏସ୍‌ଟିଏଫ୍ ଏହାର ତଦନ୍ତ କରୁଛି।



from Odisha Reporter https://ift.tt/30ix4tS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages