ମନ୍ଦାରମଣି ସମୁଦ୍ର କୂଳରେ ଲାଗିଲା ନୀଳ ତିମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 29, 2020

ମନ୍ଦାରମଣି ସମୁଦ୍ର କୂଳରେ ଲାଗିଲା ନୀଳ ତିମି

ଜଳେଶ୍ୱର(ଅଜିତ ଦାସ): ଜଳେଶ୍ୱର ନିକଟ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ସମୁଦ୍ର କୂଳରୁ ଏକ ବିଶାଳ ମୃତ ତିମି ଉଦ୍ଧାର ହୋଇଛି । ମନ୍ଦାରମଣି ସମୁଦ୍ର କୂଳରେ  ଗତ କାଲି ଲାଗିଥିବା ଏହି ତିମିର ଲମ୍ବ ୪୫ ଫୁଟ ଓ ଚଉଡ଼ା ୧୦ ଫୁଟ ହେବ ବୋଲି ପଶ୍ଚିମବଙ୍ଗ ବନ ବିଭାଗ ସୂଚନା ଦେଇଛି । ଏହାକୁ ସ୍ଥାନୀୟ ଲୋକେ ନୀଳ ତିମି ବୋଲି ମଧ୍ୟ କହୁଛନ୍ତି। ତେବେ ତିମିଟି କିପରି ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇନାହିଁ ।

ତିମିକୁ ଗତକାଲି ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ପୋତି ଦିଆଯାଇଥିବା ବେଳେ ପରେ ତାହାର କଙ୍କାଳକୁ ନେଇ ପଶ୍ଚିମବଙ୍ଗ ସଂଗ୍ରହାଳୟରେ ସୁରକ୍ଷିତ ଭାବେ ରଖାଯିବ ବୋଲି ବନ ବିଭାଗ ସୂଚନା ଦେଇଛି  ।

The post ମନ୍ଦାରମଣି ସମୁଦ୍ର କୂଳରେ ଲାଗିଲା ନୀଳ ତିମି appeared first on Odisha Reporter.



from Odisha Reporter https://ift.tt/2BmpMeA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages