ବିଶାଖାପାଟଣାରେ ପୁଣି ଗ୍ୟାସ୍‌ ଲିକ୍, ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 29, 2020

ବିଶାଖାପାଟଣାରେ ପୁଣି ଗ୍ୟାସ୍‌ ଲିକ୍, ୨ ମୃତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପୁଣି ଗ୍ୟାସ୍ ଲିକ୍ ହୋଇଛି ଓ ଏଥିରେ ୨ ଜଣଙ୍କ ଜୀବନ ଯାଇଛି। ଆହୁରି ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସହରର ପରୱାଡା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ Sainor Life Sciencesର ଏଠାରେ ଏକ ୟୁନିଟ୍ ଥିବା ବେଳେ ସେଥିରୁ କୌଣସି କାରଣରୁ Benzimidazole ନାମକ ଗ୍ୟାସ୍ ଲିକ୍ ହୋଇଥିଲା। ସେତେବେଳେ ଏହି ୟୁନିଟ୍‌ରେ ୩୦ ଜଣ କର୍ମଚାରୀ କାମ କରୁଥିବା ବେଳେ ୬ ଜଣ ସଙ୍ଗେ ସଙ୍ଗେ ଚେତା ହରାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ମୃତକମାନେ ହେଲେ ଆର୍‌. ନରେନ୍ଦ୍ର ଓ ଗୌରୀ ଶଙ୍କର। ଆର୍‌. ନରେନ୍ଦ୍ର କମ୍ପାନୀର ଏହି ୟୁନିଟ୍‌ରେ ଶିଫ୍ଟ ଇନ୍‌ଚାର୍ଜ ଭାବେ କାମ କରୁଥିଲେ। ସେହିଭଳି ୪ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣ ଫାର୍ମାସିଷ୍ଟ ବୋଲି ଜଣାପଡ଼ିଛି।

ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ କହିବା ଅନୁଯାୟୀ, ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଗ୍ୟାସ୍‌ କେଉଁ ଆଡ଼େ ବ୍ୟାପୀ ନାହିଁ। ଯେଉଁ ଦୁଇ ଜଣ ପ୍ରାଣ ହରାଇଛନ୍ତି, ସେମାନେ ଗ୍ୟାସ୍‌ ଲିକ୍ ହୋଇଥିବା ସ୍ଥାନରେ ହିଁ ଥିଲେ। ଗ୍ୟାସ୍ ଲିକ୍‌ର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ ଘଟଣା ସମ୍ପର୍କରେ ତଥ୍ୟ ମାଗିଥିବା ନେଇ ଆଜି ସକାଳେ ତାଙ୍କ ଅଫିସ୍ ତରଫରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସର୍ତ୍ତକତାମୂଳକ ପଦକ୍ଷେପ ସ୍ୱରୂପ ଏହି ଘଟଣା ପରେ କମ୍ପାନୀର ଏହି ୟୁନିଟ୍‌କୁ ବର୍ତ୍ତମାନ ପାଇଁ ବନ୍ଦ କରି ଦିଆଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମେ’ ୭ ତାରିଖରେ ବିଶାଖାପାଟଣାର ‘ଆରଆର ଭେଙ୍କଟପୁରମ୍‌’ ଅଞ୍ଚଳରେ ଥିବା ଏଲ୍‌ଜି ପଲିମର ପ୍ଲାଣ୍ଟରୁ ଗ୍ୟାସ୍ ଲିକ୍ ହୋଇଥିଲା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ।

The post ବିଶାଖାପାଟଣାରେ ପୁଣି ଗ୍ୟାସ୍‌ ଲିକ୍, ୨ ମୃତ appeared first on Odisha Reporter.



from Odisha Reporter https://ift.tt/3gbx2c1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages