କେରଳ ଛୁଇଁଲା ମୌସୁମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 1, 2020

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ଦୁଇ ମାସର ଭୀଷଣ ଗରମ ପରେ ଦେଶବାସୀଙ୍କୁ ଏବେ ଆଶ୍ୱସ୍ତି ମିଳିବାକୁ ଯାଉଛି। ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି।

ଏହାର ପ୍ରଭାବରେ କେରଳରେ ବର୍ଷା ହେବାର ସମ୍ଭାବନା ରହିଛି। କେରଳରେ ପ୍ରବଳ ବର୍ଷା ସାଙ୍ଗକୁ ଆଇଏମଡି ୯ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ କେରଳର ଥିରୁବନନ୍ତପୁରମ୍, କୋଲାମ୍, ପଠାନମଥିଟ୍ଟା, ଆଲାପୁଝା, କୋଟ୍ଟାୟମ୍, ଏର୍ନାକୁଲମ୍, ଇଡୁକି, ମାଲାପୁରମ୍ ଓ କନ୍ନୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି।

କେରଳରେ ଏବେ ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି, ଯେଉଁ କାରଣରୁ ସେଠାକାର ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ମୁତାବକ ଥିରୁବନନ୍ତପୁରମରେ ଦିନରେ ତାପମାତ୍ରା ୨୫ ଡିଗ୍ରୀ ରହିବ। ସୂଚନାଯୋଗ୍ୟ, ପାଣିପାଗ ବିଭାଗ ଶନିବାର ମୌସୁମୀ ପୂର୍ବରୁ ବର୍ଷା ହେବା ନେଇ ସୂଚନା ଦେଇଥିଲା। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଲଗାଉଥିବା ସ୍କାଇମେଟ୍‌ ସ୍ପଷ୍ଟ କରିଥିଲା ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଉପକୂଳକୁ ଛୁଇଁସାରିଛି। ତେବେ ସ୍କାଇମେଟର ଏହି ଦାବିକୁ ଆଇଏମଡି ଖାରଜ କରିଥିଲା।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ରବିବାର କହିଥିଲେ,କେରଳରେ ଏପର୍ଯ୍ୟନ୍ତ ମୌସୁମୀ ପହଞ୍ଚି ନାହିଁ। କିନ୍ତୁ ଶ୍ରୀ ମହାପାତ୍ର ଜୁନ୍ ୧ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଅନୁମାନ କରିଥିଲେ। ଏହା ପୂର୍ବରୁ ଆଇଏମଡି ପୂର୍ବାନୁମାନ କରିଥିଲାଯେକେରଳରେ ମୌସୁମୀ ବିଳମ୍ବରେପହଞ୍ଚିବ।



from Odisha Reporter https://ift.tt/3dncfkM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages