୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୨୧୦ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 24, 2020

୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୨୧୦ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୧୮ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଫେରନ୍ତା NDRF ଟିମ୍‌ରୁ ଏହି  ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରର ହୋଇଥିବା ବେଳେ ୩୬ଟି ଲୋକାଲ୍ କେସ୍ ବୋଲି ଜଣାଯାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୫ ହଜାର ୬୯୨କୁ ବୃଦ୍ଧି ପାଇଲା। ସେମାନଙ୍କ ମଧ୍ୟରୁ ଆରୋଗ୍ୟଙ୍କ ସଂଖ୍ୟା ୪,୧୨୩ ଥିବା ବେଳେ ଆକ୍ଟିଭ କେସ୍ ୧,୮୧୫ ରହିଛି।

୨୧୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୮, ଖୋର୍ଦ୍ଧାରୁ ୪୭, ଗଜପତିରୁ ୨୯, ବଲାଙ୍ଗିରରୁ ୧୧ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଯାଜପୁର ଓ ପୁରୀରୁ ୮ ଜଣ ଲେଖା ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ, ମୟୂରଭଞ୍ଜରୁ ୭, ସୁନ୍ଦରଗଡ଼ରୁ ୬, କଟକରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୩, କେନ୍ଦୁଝର, ନବରଙ୍ଗପୁର ଓ ବାଲେଶ୍ୱରରୁ ୨  ଜଣ ଲେଖାଏ, ଦେବଗଡ଼ ଓ ଅନୁଗୁଳରୁ  ଜଣେ ଲେଖାଏ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ ପଶ୍ଚିମବଙ୍ଗରୁ ଉଦ୍ଧାର କରି ଓଡ଼ିଶା ଫେରିଥିବା NDRF ଟିମ୍‌ର ୬ ଜଣ ଚିହ୍ନଟ ହୋଇଛନ୍ତି।

The post ୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୨୧୦ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3exC2XP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages