ବାବା ରାମଦେବଙ୍କୁ ମହାରାଷ୍ଟ୍ର ସରକାରଙ୍କ ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 24, 2020

ବାବା ରାମଦେବଙ୍କୁ ମହାରାଷ୍ଟ୍ର ସରକାରଙ୍କ ଚେତାବନୀ

ମୁମ୍ବାଇ: ବିଶ୍ୱ ମହାମାରୀ କରୋନା ଭୂତାଣୁକୁ ମାତ୍ ଦେବାକୁ ସାରା ବିଶ୍ୱ ଟୀକା ଖୋଜୁଛି। ଏହାରି ଭିତରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣ ପତଞ୍ଜଳୀ ଔଷଧ କରୋନିଲ ବାହାର କରି ଚର୍ଚ୍ଚାକୁ ଆସିଛନ୍ତି। କରୋନିଲ ଔଷଧ ଉନ୍ମୋଚନ ହେବା ପରଠାରୁ ବିବାଦ ଘନଉଥିବା ଦେଖିବାକୁ ମିଳିଛି। ପ୍ରଥମେ ରାଜସ୍ଥାନ ଆଉ ଏବେ ମହାରାଷ୍ଟ୍ର ସରକାର ମଧ୍ୟ ଏହି ଔଷଧ ଉପରେ ରୋକ ଲଗାଇଛନ୍ତି।

ମହାରାଷ୍ଟ୍ର ସରକାରଙ୍କ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ କହିବାନୁଯାୟୀ, ରାମଦେବଙ୍କ କରୋନିଲ ଔଷଧର କ୍ଲିନିକାଲ ପରୀକ୍ଷଣ ହୋଇଥିବା ନେଇ କୌଣସି ଦୃଢ଼ ସୂଚନା ଓ ତଥ୍ୟ ନାହିଁ। ଏଣୁ ମହାରାଷ୍ଟ୍ରରେ ପତଞ୍ଜଳୀ କରୋନିଲ ବିକ୍ରି କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍, ଜୟପୁର ଏନେଇ ପତଞ୍ଜଳୀ କରୋନିଲ ଔଷଧର କ୍ଲିନିକାଲ ଟ୍ରାଏଲ କରାଯାଇଛି ବା ନାହିଁ ତଥ୍ୟ ବାହାର କରିବ। ତେବେ ନକଲି ଔଷଧ ବିକ୍ରି କରିବାକୁ ଦେବେ ନାହିଁ ବୋଲି ଗୃହମନ୍ତ୍ରୀ ଦେଶମୁଖ ବାବା ରାମଦେବଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆପତ୍ତି ଆସିବା ପରେ ରାଜସ୍ଥାନ ପ୍ରଥମ ରାଜ୍ୟ ଯିଏକି କରୋନିଲ ବିକ୍ରି ଉପରେ ରୋକ୍ ଲଗାଇଥିଲା। ରାଜସ୍ଥାନ ସରକାର ନିର୍ଦ୍ଦେଶ ଦେଇଥିଲା ଯେ, କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ସ୍ୱୀକୃତି ବିନା କୋଭିଡ୍-୧୯ ମହାମାରୀର ଔଷଧ ଭାବେ କୌଣସି ଆୟୁର୍ବେଦ ଔଷଧର ବିକ୍ରି କରାଯାଇପାରିବ ନାହିଁ। ଏହାର ଖିଲାପ ହେଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଥିଲେ।

ଏହାପରେ ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗ ମଧ୍ୟ ପତଞ୍ଜଳୀର କରୋନିଲ ଔଷଧ ଉପରେ ପ୍ରଶ୍ନବାଚୀ ଉଠାଇଥିଲା। ଏହାସହ ପତଞ୍ଜଳୀକୁ ନୋଟିସ୍ ଜାରି ମଧ୍ୟ କରିଥିଲା।

ଅନ୍ୟପଟେ ବାବା ରାମଦେବଙ୍କ ଦୃଢ଼ୋକ୍ତି ଯେ, ପତଞ୍ଜଳୀ କରୋନିଲ ସେବନ ଦ୍ୱାରା ୩ରୁ ୧୫ ଦିନ ମଧ୍ୟରେ ଜଣେ କରୋନା ରୋଗୀ ସମ୍ପୁର୍ଣ୍ଣ ସୁସ୍ତ ହୋଇପାରିବ। ଏହାକୁ ୨୮୦ ଜଣ କରୋନା ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ କରାଯାଇ ପରୀକ୍ଷା କରାଯାଇଥିବା ସେ ଦାବି କରିଛନ୍ତି।

The post ବାବା ରାମଦେବଙ୍କୁ ମହାରାଷ୍ଟ୍ର ସରକାରଙ୍କ ଚେତାବନୀ appeared first on Odisha Reporter.



from Odisha Reporter https://ift.tt/2NrB6Zt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages