ପୁରୀ(ମଧୁସୂଦନ ମିଶ୍ର): ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଅବଢ଼ା ଲାଗି ହେବ। ଲୋକେ ଅର୍ଡର ଦେଇ ଅବଢ଼ା ନେଇ ଯିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଚାଲିଛି, ଏନେଇ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପୁରୀ ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏନେଇ ମହାସୁଆର, ସୁଆର ସେବାୟତଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ନାକଚଣା ଦ୍ୱାର ନିକଟ ବସ୍ଷ୍ଟାଣ୍ଡ ପରିସରରେ ମହାପ୍ରସାଦ ମିଳିବ ବୋଲି ଏକ ପ୍ରକାର ସୂଚନା ମିଳିଛି। ହେଲେ କେଉଁଠି ମିଳିବ ପ୍ରଶାସନ ପକ୍ଷରୁ ବିଧିବଦ୍ଧ କିଛି କୁହାଯାଇନି।
ଅନ୍ୟପଟେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ରଥାରୁଢ଼ ତିନି ଠାକୁର । ବିଜେ କାହାଳୀ ବାଜିବା ପରେ ଗତକାଲି ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ସୁଦର୍ଶନ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଏହାପରେ ବଳଭଦ୍ରଙ୍କୁ ସେବାୟତମାନେ ଆଡ଼ପ ମଣ୍ଡପରେ ଅବସ୍ଥାନ କରାଇ ସୁଭଦ୍ରାଙ୍କୁ ପହଣ୍ଡିରେ ନେଇଥିଲେ। ସବା ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ଏହା ପୂର୍ବରୁ ଗତକାଲି ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା। ଆଡ଼ପ ମଣ୍ଡରେ ଠାକୁରମାନେ ଅବସ୍ଥାନ କରିବା ବେଳେ ଶ୍ରଦ୍ଧାଳଙ୍କୁ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
The post ଆଜି ବାହାରିବ ଆଡ଼ପ ଅବଢ଼ା appeared first on Odisha Reporter.
from Odisha Reporter https://ift.tt/2B7lJCM
No comments:
Post a Comment