ଆଜି ହେରା ପଞ୍ଚମୀ,ଗୁଣ୍ଡିଚା ମନ୍ଦିର ଯିବେ ମହାଲକ୍ଷ୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 26, 2020

ଆଜି ହେରା ପଞ୍ଚମୀ,ଗୁଣ୍ଡିଚା ମନ୍ଦିର ଯିବେ ମହାଲକ୍ଷ୍ମୀ

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ହେରା ପଞ୍ଚମୀ। ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ଆଜି ସନ୍ଧ୍ୟା ଆଳତି ପରେ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ।

ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ସେବାୟତ କର୍ପୂର ବନ୍ଦାପନା, ବଳିତା ବନ୍ଦାପନା ଓ ଚାଉଳ ବନ୍ଦାପନା କରିବେ। ଗୁଣ୍ଡିଚା ମନ୍ଦିରକୁ ଗଲାବେଳେ ମହାପ୍ରଭୁଙ୍କଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ।

ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁ ଗତକାଲି ବନକଲାଗି ହୋଇଛନ୍ତି । ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା କସ୍ତୁରୀ, ହିଙ୍ଗୁଳ, ହରିତାଳ, ଶଙ୍ଖ, ଦୀପ କଳା ଆଦି ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ଶୃଙ୍ଗାର କରାଯାଇଥିଲା। ଏଥିସହ ଆଜିଠାରୁ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି। ତିନିରଥକୁ ଦକ୍ଷିଣମୋଡ କରାଯାଇ ନାକଚଣା ଦ୍ୱାରକୁ ନିଆଯିବ। ଏଥିପାଇଁ ଏକ ହଜାର ପୁଲିସ୍‌ କର୍ମଚାରୀ ନିୟୋଜିତ ହେବେ ।

The post ଆଜି ହେରା ପଞ୍ଚମୀ,ଗୁଣ୍ଡିଚା ମନ୍ଦିର ଯିବେ ମହାଲକ୍ଷ୍ମୀ appeared first on Odisha Reporter.



from Odisha Reporter https://ift.tt/2Zi3YIU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages