ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା। ମାତ୍ର ୬ ଦିନ ଭିତରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ ବଢ଼ି ୫ ଲକ୍ଷରେ ପହଞ୍ଚି ଯାଇଛି। ଶୁକ୍ରବାର (ଗତକାଲି) ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଥିଲା।
ଏଯାବତ୍ ଦେଶରେ ମୋଟ ୫,୦୯,୩୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨.୯୫ ଲକ୍ଷ ସୁସ୍ଥ ହୋଇସାରିଥିବା ବେଳେ ୧୫,୬୮୧ ଜଣଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଦେଶରେ କରୋନା ଯୋଗୁ ୩୮୧ ଜଣଙ୍କ ଜୀବନ ଯାଇଥିଲା। କିନ୍ତୁ ତା’ପୂର୍ବରୁ ଲଗାତାର ୪ ଦିନ ଧରି କରୋନା ମୃତ୍ୟୁ ସଂଖ୍ୟା ୪୦୦ ଉପରେ ରହୁଥିଲା। ତେବେ ଶୁକ୍ରବାର ମୋଟ ୧୮,୫୭୨ଟି ନୂଆ କେସ୍ ଆସିଛି। ଏହା ପୂର୍ବରୁ କେବେ ବି ଗୋଟିଏ ଦିନରେ ୧୮ ହଜାର ବା ତା’ଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ।
ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏଠାରେ ୫,୦୨୪ଟି ନୂଆ କେସ୍ ସାମ୍ନାକୁ ଆସିଥିଲା। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପି ଯାଇଛି। ଏଠାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୨,୭୬୫ରେ ପହ ବେଳେ ୭,୦୧୬ରେ ପହଞ୍ଚି ଯାଇଛି। କେବଳ ମୁମ୍ବାଇରେ ୪,୧୭୯ ଜଣଙ୍କ ମୃତ୍ୟୁ ଘଟିଛି।
The post ମାତ୍ର ୬ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ବଢ଼ିଲା appeared first on Odisha Reporter.
from Odisha Reporter https://ift.tt/3dClLja
No comments:
Post a Comment