ସବ୍ୟସାଚୀଙ୍କ ସହାୟତାରେ କେରଳରୁ ଫେରିଲେ ପ୍ରବାସୀ ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 12, 2020

ସବ୍ୟସାଚୀଙ୍କ ସହାୟତାରେ କେରଳରୁ ଫେରିଲେ ପ୍ରବାସୀ ଓଡ଼ିଆ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ‘କମ୍ପାନୀ ସବୁ ବନ୍ଦ ହୋଇଗଲା। ଦରମା ମିଳିଲାନି। ହାତରେ ଟଙ୍କା ନ ଥିଲା। ଭଡ଼ା ନ ଦେବାରୁ ଘର ମାଲିକ ବି ବାହାର କରିଦେଲେ। ରାସ୍ତାକଡ଼ରେ ବ୍ରିଜ ତଳେ ପଡ଼ି ରହିଥିଲୁ। ନିଜ ରାଜ୍ୟକୁ କିଭଳି ଫେରିବୁ, ତାକୁ ନେଇ ଆଶା ଓ ଆଶଙ୍କା ଭିତରେ ରହିଥିଲୁ। ଫେରିବା ପାଇଁ ରେଜିଷ୍ଟ୍ରେସନ ବି କଲୁ। କିନ୍ତୁ କିଛି ଫଳ ମିଳିଲାନି। ଶେଷରେ ସବ୍ୟସାଚୀ ଭାଇଙ୍କୁ ଗୋଟେ ଟ୍ୱିଟ୍‌ କଲୁ। ତତ୍‌କ୍ଷଣାତ୍ ସେ ଉତ୍ତର ଦେଲେ। ଅଭୟ ଦେଲେ ଓ କିଛି ବ୍ୟବସ୍ଥା କରିବେ ବୋଲି କହିଲେ। ବିଶ୍ୱାସ ହେଉ ନଥିଲା। କିନ୍ତୁ ତାଙ୍କର ସେହି ଅଭୟ ବାଣୀରୁ ଆଜି ଆମେ ଓଡ଼ିଶା ଫେରି ଆସିଲୁ।”

ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହାୟତା କ୍ରମେ କେରଳରୁ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆ ଏହି କଥା କହିଛନ୍ତି। ରାଜ୍ୟର ଗଞ୍ଜାମ, କଳାହାଣ୍ଡି ଓ ବରଗଡ଼ ସମେତ ୧୦ରୁ ଊର୍ଦ୍ଧ୍ୱ ଜିଲାର ପ୍ରା୍ର ୫୦ ଶ୍ରମିକ କେରଳର ଏରନାକୁଲମରେ ଫସି ରହିଥିଲେ। ସବ୍ୟସାଚୀଙ୍କ ସହାୟତାରେ ସେମାନେ ବସ୍‌ ଯୋଗେ ସେଠାରୁ ଆସି ଓଡ଼ିଶାରେ ପହଞ୍ଚିଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରେ ପହଞ୍ଚିବା ପରେ ସବ୍ୟସାଚୀ ଫ୍ୟାନ୍ କ୍ଲବ୍ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହା ସହିତ ସେମାନଙ୍କୁ ଖାଦ୍ୟ ଦିଆଯାଇଥିଲା। ଆଉ ଏହି ସମୟରେ ପ୍ରବାସୀ ଓଡ଼ିଆ ମାନେ ଲକ୍‌ଡାଉନ୍‌ ବେଳେ ସେମାନେ ଭୋଗିଥିବା ସମସ୍ୟା ବିଷୟରେ କହିଥିଲେ।

ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରବାସୀ ଶ୍ରମିକମାନଙ୍କୁ ଭିନ୍ନ ଭିନ୍ନ ବସ୍‌ ଯୋଗେ ସେମାନଙ୍କ ଜିଲ୍ଲାକୁ ପଠାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଲକ୍‌ଡାଉନ୍ ବେଳେ ସବ୍ୟସାଚୀ ଏମିତି ବହୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବିଭିନ୍ନ ରାଜ୍ୟରୁ ଫେରାଇ ଆଣିବାରେ ସାହାଯ୍ୟ କରିଛନ୍ତି। ତାଙ୍କ ସହାୟତା କ୍ରମେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଆଦି ସ୍ଥାନରୁ ବି କିଛି ପ୍ରବାସୀ ଶ୍ରମିକ ବସ୍ ଯୋଗେ ଫେରିପାରିଥିଲେ। ଏମିତିକି ରାଜସ୍ଥାନରେ ଫସିଥିବା କିଛି ଛାତ୍ରଛାତ୍ରୀଙ୍କୁ ଦୁଇଟି ବସ୍ ଯୋଗେ ସେ ଫେରାଇ ଆଣିଥିଲେ। ଅନେକ ପ୍ରବାସୀଙ୍କ ସହିତ ଲକ୍‌ଡାଉନ୍ ବେଳେ ସମସ୍ୟାରେ ପଡ଼ିଥିବା ଲୋକ ସୋଶାଲ୍ ମିଡିଆ ଯୋଗେ ସବ୍ୟସାଚୀଙ୍କୁ ଯୋଗାଯୋଗ କରି ସାହାଯ୍ୟ ପାଇଛନ୍ତି। ସେହିପରି ସବ୍ୟସାଚୀ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ବାହାରୁଥିବା ଖବର ଉପରେ ନଜର ରଖି ସାହାଯ୍ୟ ଅପେକ୍ଷାରେ ଥିବା ଅସହାୟଙ୍କୁ ନିଜ ପାରୁମତେ ସହାୟତା କରିବାକୁ ଚେଷ୍ଟା କରୁଛନ୍ତି।



from Odisha Reporter https://ift.tt/2B5zOQC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages