ରାଜ୍ୟରେ ଗୋଟିଏ ଦିନରେ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ, କଟକରେ ସବୁଠୁ ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 12, 2020

ରାଜ୍ୟରେ ଗୋଟିଏ ଦିନରେ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ, କଟକରେ ସବୁଠୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୋଟିଏ ଦିନରେ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨୪୭୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୨୩୬ ଚିକିତ୍ସାଧୀନ ଅଛନ୍ତି।


ଏହି ୨୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୯ଟି ଲୋକାଲ୍ କେସ୍‌।

ଏହି ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କଟକର ସବୁଠୁ ଅଧିକ ୯୨ ଜଣ ଅଛନ୍ତି। ସେହିପରି ଜଗତସିଂହପୁରରୁ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯, ନୟାଗଡ଼ରୁ ୭, ଢେଙ୍କାନାଳରୁ ୭, ବାଲେଶ୍ୱରରୁ ୨, ଅନୁଗୋଳରୁ ୧, ଭଦ୍ରକରୁ ୫, କଳାହାଣ୍ଡିରୁ ୩, କନ୍ଧମାଳରୁ ୧୫,. ଗଞ୍ଜାମରୁ ୨୦, ସୁନ୍ଦରଗଡ଼ରୁ ଜଣେ, ପୁରୀରୁ ୧୫, ବଲାଙ୍ଗିରରୁ ୧୨, କେନ୍ଦ୍ରାପଡ଼ାରୁ ୪ ଓ ମୟୂରଭଞ୍ଜରୁ ୯ ଜଣ ଚିହ୍ନଟ ହୋଇଛନ୍ତି।

କଟକରେ ୯୨ଟି ନୂଆ କେସ୍ ଆସିବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୧ରେ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ୧୨୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୮୬ ଜଣ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାରେ ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଛି।

ନୂଆ ପଜିଟିଭ୍ ଚିହ୍ନଟ ପରେ ଜଗତସିଂହପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ (୮୬ ସୁସ୍ଥ, ୫୭ ଚିକିତ୍ସାଧୀନ)ରେ ପହଞ୍ଚି ଥିବା ବେଳେ ଖୋର୍ଦ୍ଧାରେ ୩୩୪ (୨୦୫ ସୁସ୍ଥ, ୧୨୩ ଚିକିତ୍ସାଧୀନ, ୪ ମୃତ, ଅନ୍ୟ ଅନ୍ୟାନ୍ୟ କାରଣରୁ ଆଉ ୨ ମୃତ), ନୟାଗଡ଼ରେ ୧୦୮ (୮୨ ସୁସ୍ଥ, ୨୬ ଚିକିତ୍ସାଧୀନ), ଢେଙ୍କାନାଳରେ ୪୯ (୩୦ ସୁସ୍ଥ, ୨୯ ଚିକିତ୍ସାଧୀନ), ବାଲେଶ୍ୱରରେ ୨୦୪ (୧୭୭ ସୁସ୍ଥ, ୨୬ ଚିକିତ୍ସାଧୀନ, ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ), ଅନୁଗୋଳରେ ୪୦ (୩୧ ସୁସ୍ଥ, ୯ ଚିକିତ୍ସାଧୀନ), ଭଦ୍ରକରେ ୧୫୭ (୧୩୫ ସୁସ୍ଥ, ୩୨ ଚିକିତ୍ସାଧୀନ), କଳାହାଣ୍ଡିରେ ୪୧ (୨୦ ସୁସ୍ଥ, ୨୧ ଚିକିତ୍ସାଧୀନ), କନ୍ଧମାଳରେ ୬୭ (୨୫ ସୁସ୍ଥ, ୪୨ ଚିକିତ୍ସାଧୀନ), ଗଞ୍ଜାମରେ ୬୭୮ (୫୪୫ ସୁସ୍ଥ, ୧୨୮ ଚିକିତ୍ସାଧୀନ, ୫ ମୃତ), ସୁନ୍ଦରଗଡ଼ରେ ୧୨୩ (୮୧ ସୁସ୍ଥ, ୪୨ ଚିକିତ୍ସାଧୀନ), ପୁରୀରେ ୧୪୮ (୯୬ ସୁସ୍ଥ, ୫୨ ଚିକିତ୍ସାଧୀନ), ବଲାଙ୍ଗିରରେ ୧୪୧ (୯୯ ସୁସ୍ଥ, ୪୨ ଚିକିତ୍ସାଧୀନ), କେନ୍ଦ୍ରାପଡ଼ାରେ ୧୭୫ (୧୬୨ ସୁସ୍ଥ, ୧୩ ଚିକିତ୍ସାଧୀନ) ଓ ମୟୂରଭଞ୍ଜରେ ୧୦୮ (୨୦ ସୁସ୍ଥ, ୮୮ ଚିକିତ୍ସାଧୀନ)ରେ ପହଞ୍ଚିଛି।



from Odisha Reporter https://ift.tt/3hnAemi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages