ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ବଜାରରେ ଥିବା ଏକ ଦୋକାନ ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଶ୍ୱରଞ୍ଜନ ସାହୁ। ତାଙ୍କ ଘର ବେଗୁନିଆ ବ୍ଲକର ଡାଳତୋତଳାରେ ବୋଲି ଜଣାପଡ଼ିଛି।
ବିଶ୍ୱରଞ୍ଜନ ସାତ ବର୍ଷ ହେବ ଭିଣୋଇଙ୍କ ଦୋକାନରେ କାମ କରୁଥିଲେ। ଗତକାଲି ସେ ଦୋକାନରେ ଶୋଇଥିଲେ। ତେବେ ଆଜି ସକାଳେ ସେ ଦୋକାନ ଖୋଲିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ବିଶ୍ୱରଞ୍ଜନଙ୍କ ଭିଣୋଇ ଘଟଣାସ୍ଥଳରେ ପହଞ୍ଚି କବାଟ ବାଡେଇ ତାଙ୍କୁ ଡାକିଥିଲେ। ହେଲେ ସେ ଶୁଣି ନଥିଲେ। ତା’ପରେ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୋକାନ କବାଟ ଭାଙ୍ଗି ବିଶ୍ୱରଞ୍ଜନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବିଶ୍ୱରଞ୍ଜନ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି ଓ ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2zVtiff
No comments:
Post a Comment