ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସାତଶଂଖ ଠାରେ ଥିବା କଳିଙ୍ଗ କତା କମ୍ପାନୀରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ କତା ସାମଗ୍ରୀ ସହ ଆସବାବପତ୍ର ଗୁଡ଼ିକ ଜଳି ପାଉଁଶ ହୋଇଯାଇଛି। ପିପିଲି-ସତ୍ୟବାଦୀ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଆଜି ସକାଳେ ପୁଣି ଥରେ କମ୍ପାନୀରେ ନିଆଁ ଲାଗିଯାଇଥିଲା। କତା ଗୁଡ଼ିକ କୁହୁଳି ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିଶମ କର୍ମକାରୀ ଘଟଣାସ୍ଥଳ ପହଞ୍ଚି ନିଆଁକୁ ନିଭାଇଥିଲେ।
ଏଥିରେ କେହି ହତାହତ ହୋଇନଥିବା ଜଣାପଡ଼ିଛି। କମ୍ପାନୀରେ କିପରି ନିଆଁ ଲାଗିଲା, ସେନେଇ କାରଣ ଅସ୍ପଷ୍ଟ ରହିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।
from Odisha Reporter https://ift.tt/3eLcKFv
No comments:
Post a Comment