ଗୋଟିଏ ପରିବାରର ୬ ଜଣ କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 22, 2020

ଗୋଟିଏ ପରିବାରର ୬ ଜଣ କରୋନାରେ ଆକ୍ରାନ୍ତ

କଳାହାଣ୍ଡି(ରାଜକୁମାର ସିଂଦେଓ):  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବିଲାଟ ଗାଁର ଗୋଟିଏ ପରିବାରର ୬ ଜଣ  କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି  ପରିବାରର ପୂର୍ବରୁ ୨ ଜଣଙ୍କର କରୋନା ପଜିଟିଭି ଆସିଥିବା ବେଳେ ଏବେ ୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ଜଣ ଏବେ ଭବାନିପାଟଣାସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ,  ତାମିଲନାଡୁ ଫେରନ୍ତା ଜଣେ ବ୍ୟକ୍ତି ୭ ଦିନ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହି ଘରକୁ ଫେରିଥିଲେ। ସେଣ୍ଟରରେ ଥିବା ବେଳେ ତାଙ୍କର ସ୍ୱାବ ଟେଷ୍ଟ ହୋଇଥିବା ବେଳେ ଘରକୁ ଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କ ପରିବାର ଲୋକଙ୍କ ସ୍ୱାବ ଟେଷ୍ଟରୁ ତାଙ୍କ ୧୩ ବର୍ଷୀୟା ଝିଅଙ୍କର ମଧ୍ୟ କରୋନା ପଜିଟିଭି ଥିବା ଜଣାପଡ଼ିଲା। ଏହାପରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା।  ସେମାନଙ୍କ ମଧ୍ୟରୁ ବାପା ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଝିଅ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଏହାପରେ ପରିବାରର ଅନ୍ୟ ସଦସ୍ୟଙ୍କ ସ୍ୱାବ ଗତ ୧୬ ତାରିଖରେ ଟେଷ୍ଟ ପାଇଁ ଯାଇଥିବା ବେଳେ ୬ ଜଣଙ୍କର ପଜିଟିଭ ଥିବା ଜଣାପଡ଼ିଛି। ସେମାନଙ୍କୁ ଗତକାଲି ଚିକିତ୍ସା ନିମନ୍ତେ କୋଭିଡ ହସ୍ପିଟାଲ ପଠାଇ ଦିଆଯାଇଛି।

ଏହି ଘଟଣା ପରେ  ବିଲାଟ  ଗାଁକୁ  କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରା ଯାଇଛି। ଉକ୍ତ ଗାଁରେ ମେଡିକାଲ୍ ଟିମ୍ ସମେତ ପୁଲିସ୍‌ ପ୍ରଶାସନ ପହଞ୍ଚି କଣ୍ଟାକ୍ଟ ଟ୍ରେସିଂ କରୁଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

The post ଗୋଟିଏ ପରିବାରର ୬ ଜଣ କରୋନାରେ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/2VpwQy3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages