ଦୁଇ ଆତଙ୍କବାଦୀ ନିହତ, ଜଣେ ସିଆର୍‌ପିଏଫ୍ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 22, 2020

ଦୁଇ ଆତଙ୍କବାଦୀ ନିହତ, ଜଣେ ସିଆର୍‌ପିଏଫ୍ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲୱାମାର ବାନ୍ଦଜୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେସନ୍ ବେଳେ ସିଆର୍‌ପିଏଫ୍‌ର ଜଣେ ଯବାନ ସହିଦ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା।

କୌଣସି ସୂତ୍ରରୁ ସୂଚନା ପାଇ ପୁଲିସ୍, ସେନା ଓ ସିଆର୍‌ପିଏଫ୍‌ର ଏକ ମିଳିତ ଟିମ୍ ବାନ୍ଦଜୁ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଏକ ସନ୍ଦିଗ୍ଧ ସ୍ଥାନକୁ ସେମାନେ ଘେରି ଯାଇଥିଲେ। ଏହା ପରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଯବାନମାନେ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ। ଫଳରେ ୨ ଆତଙ୍କବାଦୀ ନିହତ ହୋଇଥିଲେ।

ଗତକାଲି ପୁଲୱାମାର ତ୍ରାଲ୍ ସେକ୍ଟରର ବାଟଗୁଣ୍ଡରେ ସିଆର୍‌ପିଏଫ୍‌ର କ୍ୟାମ୍ପ ନିକଟରେ ଗୁଳିମାଡ଼ ଭିତରେ ଗ୍ରେନେଡ୍ ମାଡ଼ ହୋଇଥିଲା। ରବିବାର ଦିନ ଦକ୍ଷିଣ କଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ୪ ଆତଙ୍କବାଦୀ ନିହତ ହୋଇଥିଲେ। ଶୋପିଆନ୍ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଶ୍ରୀନଗରର ଜାଦିବଲରେ ୩ ଆତଙ୍କବାଦୀ ନିହତ ହୋଇଥିଲେ।

ଚଳିତ ବର୍ଷ ଏଯାବତ ଜମ୍ମୁ ଓ କଶ୍ମୀରରେ ୪୦୦ ଆତଙ୍କବାଦୀ ନିହତ ହୋଇସାରିଲେଣି।

The post ଦୁଇ ଆତଙ୍କବାଦୀ ନିହତ, ଜଣେ ସିଆର୍‌ପିଏଫ୍ ଯବାନ ସହିଦ appeared first on Odisha Reporter.



from Odisha Reporter https://ift.tt/2zUbKQA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages